କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବ: ନିରଂଜନ ପଟ୍ଟନାୟକ

Advertisment
କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବ: ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବ। ତୃତୀୟ ପର୍ଯ୍ୟାନୟ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି। କେନ୍ଦୁଝର ଜିଲ୍ଲାର ଘଷିପୁରା ଆସନରୁ ପ୍ରାର୍ଥୀ ନରଂଜନ କହିଛନ୍ତି, ମୁଁ ନିଶ୍ଚିତ ଜିତିବି କିନ୍ତୁ କେତେ ବ୍ୟବଧାନରେ ଜିତିବି କହିପାରିବି ନାହିଁ। ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ନିର୍ବାଚନରେ ଟଙ୍କା ଖର୍ଚ୍ଚ କରୁଛି। ରାଜ୍ୟବାସୀ କଂଗ୍ରେସକୁ ଭରସା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କଂଗ୍ରେସ ଏବଂ ବଂଶବାଦ ପ୍ରସଙ୍ଗରେ ନିରଂଜନ ପଟ୍ଟନାୟକ କହିଛନ୍ତି, ଏହା ସବୁ ଦଳରେ ଚାଲିଛି। ସେହିପରି ୨ଟି ଆସନରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ କହିଛନ୍ତି, ସ୍ଥାନୀୟ ଲୋକଙ୍କର ମତକୁ ସମ୍ମାନ ଦେଇ ମୁଁ ଲଢୁଛି।

ସମ୍ବଲପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ବିଜେଡ଼ି ବହୁ ଆସନ ନେଇ ସରକାର ଗଢ଼ିବ। ବିଜେଡି ପ୍ରାର୍ଥୀ ରାସେଶ୍ୱରୀଙ୍କ ପ୍ରତିକ୍ରିୟା ନେଇ ଜୟ ନାରାୟଣ ମିଶ୍ର କହିଛନ୍ତି, ନିର୍ବାଚନ ଫଳାଫଳ ପରେ ଜଣା ପଡ଼ିବ କିଏ ଜିତିବ କିଏ ହାରିବ। ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଆସନରେ ବିଜେପି ଜିତିବ ବୋଲି ମୋର ଆଶା।

ବରିଷ୍ଠ ବିଜେଡ଼ି ନେତା ସୁଭାଷ ସିଂ କହିଛନ୍ତି, ଆମେ ୬ଟିରୁ ୬ଟି ଲୋକସଭା ଆସନରେ ଜିତିବୁ। ସେହିପରି ୪୨ଟି ବିଧାନସଭା ଆସନ ମଧ୍ୟରୁ ୨୫ଟିରେ ବିଜୟ ହାସଲ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe