ପଞ୍ଜାବ ନିର୍ବାଚନ ପାଇଁ ପୂର୍ବ ଅମୃତସରରୁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନବଜୋତ୍‌ ସିଂହ ସିଦ୍ଧୁ

ଏଥର ଆଇପିଏଲରେ ଶୁଣିବାକୁ ମିଳିବ ସିଦ୍ଧୁଙ୍କ କମେଣ୍ଟ୍ରି

Image Courtesy of Zee News

ନୂଆଦିଲ୍ଲୀ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଦ୍ଧୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ପୂର୍ବ ଅମୃତସର ପୂର୍ବ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିଲିଜ୍‌ କରିଥିବା ଫଟୋରେ ଦେଖାଯାଉଛି, ସମର୍ଥକମାନଙ୍କ ଗହଣରେ ଯାଇ ସିଦ୍ଧୁ ନିର୍ବାଚନ କମିସନ୍‌ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି।

ଆଜି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯୋଜନା କରୁଛନ୍ତି ବୋଲି ଗତକାଲି ସିଦ୍ଧୁ ଟୁଇଟ୍‌ କରି ଘୋଷଣା କରିଥିଲେ। ସେ ଲେଖିଥିଲେ, ଆସନ୍ତାକାଲି ପୂର୍ବାହ୍ନ ୧୧.୧୫ରେ ମୁଁ ମୋ ପ୍ରାର୍ଥୀପତ୍ର ଦାଖଲ କରିବି।

ସମ୍ପ୍ରତି ପୂର୍ବ ଅମୃତସର ଆସନର ବିଧାୟକ ଥିବା କଂଗ୍ରେସ ପ୍ରାର୍ଥୀ ସିଦ୍ଧୁଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଶିରୋମଣି ଅକାଳୀ ଦଳ ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କୁ ଠିଆ କରାଇଛି। ସେ ଶୁକ୍ରବାର ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image Image Courtesy of ANI

କ୍ରିକେଟ୍‌ ଖେଳାଳିରୁ ରାଜନେତା ପାଲଟିଥିବା ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ପ୍ରାର୍ଥୀ ହେବାର ସମ୍ଭାବନା ଥିବା ସିଦ୍ଧୁ ତାଙ୍କ ମାଆଙ୍କୁ ଅବହେଳା କରିଥିବା କଥା ନିକଟରେ ତାଙ୍କ ଭଉଣୀ ଅଭିଯୋଗ କରିବାରୁ ସେ ବିବାଦୀୟ ହୋଇପଡ଼ିଥିଲେ।

ନବଜୋତ୍‌ ସିଦ୍ଧୁଙ୍କ ଭଉଣୀ ବୋଲି କହୁଥିବା ଆମେରିକାରେ ବସବାସ କରୁଥିବା ତୂର୍‌ ନାମ୍ନୀ ସେ ମହିଳାଜଣକ ସିଦ୍ଧୁଙ୍କୁ ଜଣେ ନିଷ୍ଠୁର ବ୍ୟକ୍ତି ଭାବେ ଅଭିହିତ କରିବା ସହ ଅଭିଯୋଗ କରିଥିଲେ ଯେ, ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ବୁଢ଼ୀମାଆଙ୍କୁ ଏକାକୀ ଛାଡ଼ି ଚାଲିଆସିଥିଲେ। ଆମ ବାପା ୧୯୮୬ରେ ମୃତ୍ୟୁବରଣ କରିଥିଲେ। ପରେ ଜଣେ ନିଆଶ୍ରୀ ମହିଳା ଭାବେ ୧୯୮୯ରେ ଆମ ମାଆ ଦିଲ୍ଲୀ ରେଳ ଷ୍ଟେସନ୍‌ରେ ପ୍ରାଣ ହରାଇଥିଲେ।

କିନ୍ତୁ, ସିଦ୍ଧୁଙ୍କ ପତ୍ନୀ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଯେ, ତାଙ୍କ ପରିବାର ସେଭଳି କୌଣସି ମହିଳାଙ୍କୁ (ତୂର୍‌) ଜାଣନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe