Controvercy in Indian Open: ଇଣ୍ଡିଆନ୍‌ ଓପନ୍‌ରେ ବିବାଦ ପିଛା ଛାଡ଼ୁନି: କୋର୍ଟ ମଝି‌ରେ ଚଢ଼େଇବସା ଖସିବାରୁ ମ୍ୟାଚ୍‌ରେ ବାଧା

Advertisment

ଇଣ୍ଡିଆନ୍‌ ଓପନ୍ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହେଲା ଦିନରୁ ବିବାଦ ଏହାର ପିଛା ଛାଡ଼ୁନି। ଆୟୋଜକଙ୍କ ବିଫଳତା ଯୋଗୁଁ ପ୍ରତିଦିନ ନୂଆ ନୂଆ ବିବାଦ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳୁଛି

ଇଣ୍ଡିଆନ୍‌ ଓପନ୍ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହେଲା ଦିନରୁ ବିବାଦ ଏହାର ପିଛା ଛାଡ଼ୁନି। ଆୟୋଜକଙ୍କ ବିଫଳତା ଯୋଗୁଁ ପ୍ରତିଦିନ ନୂଆ ନୂଆ ବିବାଦ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳୁଛି

41860ece-0b2d-48b0-bf3e-bb334cf5d062

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଓପନ୍ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହେଲା ଦିନରୁ ବିବାଦ ଏହାର ପିଛା ଛାଡ଼ୁନି। ଆୟୋଜକଙ୍କ ବିଫଳତା ଯୋଗୁଁ ପ୍ରତିଦିନ ନୂଆ ନୂଆ ବିବାଦ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳୁଛି। ଶନିବାର ମହିଳା ଯୁଗଳ ସେମିଫାଇନାଲ୍ ଚାଲିଥିଲା ବେଳେ କୋର୍ଟ ମଝିରେ ଚଢ଼େଇବସା ଖସିପଡ଼ିବାରୁ ମ୍ୟାଚ୍‌କୁ କିଛି ସମୟ ବନ୍ଦ ରଖିବାକୁ ପଡ଼ିଥିଲା।

ଚୀନ୍ ଲିଉ ସେଙ୍ଗସୁ ଓ ତାନ୍‌ ନିଙ୍ଗ ଏବଂ ଦକ୍ଷିଣ କୋରିଆର ହା ନା ଓ ଲି ‌ସୋ ହି’ଙ୍କ ମଧ୍ୟରେ ୧ ନମ୍ବର କୋର୍ଟରେ ଖେଳାଯାଉଥିବା ସେମିଫାଇନାଲ୍‌ ମ୍ୟାଚ୍‌ର ପ୍ରଥମ ଗେମ୍‌ ୬-୩ରେ ଥିଲା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା। ସର୍ଭିସିଂ ବେଳେ ଲିଉ ଏହା ଦେଖି ହସିହସି ଚେୟାର ଅମ୍ପାୟାରଙ୍କୁ ଜଣାଇବା ସହ ଏବଂ କୋଉଠୁ ପଡ଼ିଲା ବୋଲି ଉପରକୁ ଉଣ୍ଡି ଖୋଜିବାକୁ ଲାଗିଲେ। ପରେ ଜଣା ପଡ଼ିଲା ଚଢ଼େଇବସା ଛାତ ଉପରୁ ଖସିଛି। ଚେୟାର ଅମ୍ପାୟାର ସଙ୍ଗେ ସଙ୍ଗେ ଝାଡ଼ୁଦାରଙ୍କୁ ଡାକି କୋର୍ଟ ସଫା କରିବାକୁ କହି‌ଲେ। କୋର୍ଟ ସଫା ପରେ ପୁଣି ମ୍ୟାଚ୍‌ ଖେଳାଯାଇଥିଲା।

ଆହୁରି ପଢନ୍ତୁ: Mumbai Mayor Post ମୁମ୍ବାଇର ମେୟର ପଦବୀ ନେଇ ଛକାପଞ୍ଝା

କିଛି ଦିନ ପୂର୍ବରୁ ଏଚ୍‌ଏସ୍‌ ପ୍ରଣୟ ଓ ଲୋ କିନ୍‌ ୟୁ’ଙ୍କ ମଧ୍ୟରେ ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍‌ ଚାଲିଥିଲା ବେଳେ ମଧ୍ୟ କୋର୍ଟ ଭିତରେ ପକ୍ଷୀଙ୍କ ମଳ ପଡ଼ିବାରୁ ଦୁଇ ଥର ମ୍ୟାଚ୍‌ ବନ୍ଦ ରଖିବାକୁ ପଡ଼ିଥିଲା। ଡେନ୍‌ମାର୍କ ସଟଲର୍‌ ମିଆ ବିଚ୍‌ଫେଲ୍‌ଡ ଏଠାରେ ଖରାପ ଓ ଅସ୍ବାସ୍ଥ୍ୟକର ପରିବେଶ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ଇନ୍‌ଷ୍ଟାଗ୍ରାମ ଫଟୋ ପୋଷ୍ଟ କରି ‘ଚଳିତ ବର୍ଷ ଏଠାରେ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତା ଆୟୋଜନ ଲାଗି ଏଠାକାର ପରିବେଶ ଉପଯୁକ୍ତ ହେବ କି?’ ବୋଲି ପ୍ରଶ୍ନ କରିଥିଲେ। ‘‘

ଆହୁରି ପଢନ୍ତୁ: Khomeini Ill ଖେମିନି ରୋଗଗ୍ରସ୍ତ: ଦମନକାରୀ ଶାସନ ଶେଷ ହେବା ଜରୁରୀ

ଏହି ସହରର ପ୍ରଦୂଷଣ ସ୍ତର ଏପରି ପରିସ୍ଥିତିରେ ଅଛି ଯେ ଏକ ସୁପର ୭୫୦ ପ୍ରତିଯୋଗିତା କରିବା ଉଚିତ କି ନାହିଁ ’’ ବୋଲି ବିଶ୍ବର ୩ ନମ୍ବର ଡାନିସ୍‌ ସଟ୍‌ଲର୍‌ ଆଣ୍ଡର୍ସ ଆଣ୍ଟୋନସେନ୍‌ ପ୍ରଶ୍ନ କରି ବିବାଦ ନିଆଁରେ ଆଉ ଟିକେ ଘିଅ ଢାଳିଥିଲେ। ଜଣେ ପୂର୍ବତନ ଭାରତୀୟ ‌ଖେଳାଳି ଏହି ଅବ୍ୟବସ୍ଥାକୁ ନେଇ କହିଛନ୍ତି, ‌‘‘ପକ୍ଷୀ ଯୋଗୁଁ ଖେଳରେ ବାଧା ସୃଷ୍ଟି ହେବା ଠିକ୍‌ କଥା ନୁହେଁ। ଇନ୍‌ଡୋର ବ୍ୟାଡମିଣ୍ଟନ ଆରେନାଗୁଡ଼ିକୁ ନିୟନ୍ତ୍ରିତ ପରିବେଶ ବୋଲି କୁହାଯାଏ। ଷ୍ଟାଡିୟମ୍‌ ଭିତରେ ବସା ରହିବା ପ୍ରାକୃତିକ ନୁହେଁ। ଏହାକୁ ନିୟନ୍ତ୍ରଣ କରିବା ମଣିଷ ହାତରେ ରହିଛି। କିନ୍ତୁ ଏହା ନହେବା ନିଶ୍ଚିତ ରକ୍ଷଣାବେକ୍ଷଣରେ ଅବହେଳା। ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ପୂର୍ବରୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe