ମୃତ୍ୟୁ ଏମିତି ବି ଆସିପାରେ, ଝିଅ ବିବାହ ଉତ୍ସବରେ ଗୀତ ଗାଉଗାଉ ପୁଲିସ ପିତାଙ୍କ ହେଲା ମୃତ୍ୟୁ

ମୃତ୍ୟୁ ଏମିତି ବି ଆସିପାରେ, ଝିଅ ବିବାହ ଉତ୍ସବରେ ଗୀତ ଗାଉଗାଉ ପୁଲିସ ପିତାଙ୍କ ହେଲା ମୃତ୍ୟୁ

କେରଳ: ପ୍ରତ୍ୟେକ ପିତା-ମାତାଙ୍କ ଇଚ୍ଛା ଓ ସ୍ୱପ୍ନ ଥାଏ କି ନିଜ ଝିଅ ବିବାହ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବେ। ତେବେ ଝିଅ ବିବାହ ପୂର୍ବରୁ ଖୁବ ମଜାମସ୍ତି କରି ପିତା ମଞ୍ଚରେ ଗୀତ ଗାଉଥିବା ସମୟରେ ହଠାତ ଟଳି ପଡ଼ିଥିଲେ। ହସ୍‌ଖୁସିର ବାତାବରଣ କିଛିସମୟ ମଧ୍ୟରେ ଶୋକକୂଳ ପରିବେଶରେ ପରିଣତ ହୋଇ ଯାଇଥିଲା।

publive-image Kerala Kaumudi

କୋଲ୍ଲମ ପୁଲିସରେ ନିୟୋଜିତ ଥିବା ଜଣେ ପୁଲିସ କର୍ମଚାରୀଙ୍କ ଝିଅର ସଙ୍ଗୀତ କାର୍ଯ୍ୟକ୍ରମ ଥିଲା। ଏଥିରେ ସେ ଗୀତ ଗାଇ ଖୁବ୍‌ ଖୁସିରେ ଝୁମୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ସୂଚନା ମୁତାବକ, ଘରେ ଆୟୋଜିତ ସଙ୍ଗୀତ ସମାରୋହରେ ପି ବିଷ୍ଣୁପ୍ରସାଦ ଦକ୍ଷିଣ ଭାରତୀୟ ସିନେମାର ଏକ ବହୁଚର୍ଚ୍ଚିତ ଗୀତ ଗାଉଥିଲେ।  ଦେଖୁଦେଖୁ ଆକସ୍ମିକ ଭାବେ ସେ ମଞ୍ଚରୁ ତଳକୁ ପଡ଼ି ଯାଇଥିଲେ। ବିବାହ ଯେମିତି ଅଟକି ନ ଯାଏ ସେଥିପାଇଁ ଝିଅ ଅର୍ଚ୍ଚାଙ୍କୁ ପରିବାରଲୋକେ ପିତାଙ୍କ ମୃତ୍ୟୁ ଖବର ଲୁଚାଇ ରଖିଥିଲେ। ପୁଲିସକର୍ମୀଙ୍କ ଗୀତ ଗାଉଗାଉ ପ୍ରାଣବାୟୁ ଉଡିଯିବାର ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe