ଭୋପାଳ: ଭୋପାଳରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଦିଗବିଜୟ ସିଂହଙ୍କର ଏକ ରୋଡ୍ ସୋ’ ସମୟରେ ପୁଲିସ୍ କର୍ମଚାରୀମାନେ ସେମାନଙ୍କ ୟୁନିଫର୍ମ ନ ପିନ୍ଧି, ସାଧାରଣ ପୋଷାକ ଉପରେ ଗେରୁଆ ରଂଗର ସ୍କାର୍ଫ ପକାଇଥିବା ହେତୁ ବିଭିନ୍ନ ମହଲରେ ଅଭିଯୋଗ ଉଠିଛି।
କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହଙ୍କ ସହ ଏହି ରୋଡ୍ ସୋ’ରେ ନାମଦେଓ ଦାସ ତ୍ୟାଗୀ ବି ଉପସ୍ଥିିତ ରହିଥିଲେ। ଏମାନଙ୍କ ସହ କମ୍ପ୍ୟୁଟର ବାବା ବି ଦେଖିବାକୁ ମିଳିଥିଲେ।
ତେବେ, ସେମାନେ କାହିଁକି ଏପରି ପିନ୍ଧିଛନ୍ତି ବୋଲି ପଚରାଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ପୁଲିସ୍ କହିଛନ୍ତି କି ତାଙ୍କୁ ଏପରି ପିନ୍ଧିବା ପାଇଁ କୁହାଯାଇଛି। ପୁଲିସ୍ ଜଣକ ଦେଇଥିବା ଏହି ବୟାନ ଏବେ ବିବାଦୀୟ ପାଲଟିଛି। ମାତ୍ର ମଧ୍ୟପ୍ରଦେଶ ପୁଲିସ ଡିଆଇଜି ସଫେଇ ଦେଇ କହିଛନ୍ତି କି ଏମାନେ ଆମ ଲୋକ ନୁହନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଦିଗ୍ବିଜୟ ସିଂହ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି।
Follow Us