image source-the indian express
ଭୁବନେଶ୍ବର : ଓଡ଼ିଶାରେ ଆଉ ତିନିଟି ହସ୍ପିଟାଲରେ କରୋନା ଟେଷ୍ଟ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।
ତାଙ୍କର ସୂଚନା ଅନୁଯାୟୀ, ଆଗାମୀ ୧୨ ତାରିଖରୁ ବ୍ରହ୍ମପୁରର ଏମକେସିଜି, ୧୫ ତାରିଖରୁ ବୁର୍ଲାର ଭିମସାର୍ ଓ ୧୭ ତାରିଖରୁ ରାଉରକେଲାର ଆଜିଏଚରେ କରୋନା ଟେଷ୍ଟ କରାଯିବ। ରାଜ୍ୟରେ ଦିନକୁ ଏକ ହଜାର ଲୋକଙ୍କ ନମୁନା ପରୀକ୍ଷା ଲାଗି ନିଷ୍ପତ୍ତି ହୋଇଛି।
ଅପରପକ୍ଷରେ କଟକର ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନକୁ ସାନିଟାଇଜ୍ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ୍ ବୈଠକ ବସିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି।
Follow Us