କରୋନା ଭାଇରସ୍‌: ଦେଶରେ ୨୦୦ରୁ ଊର୍ଦ୍ଧ୍ବ ଟେଷ୍ଟିଂ ଲ୍ୟାବ୍‌ ପାଇଁ ଅନୁମତି ଦେଲା ଆଇସିଏମ୍ଆର୍‌

Advertisment
ସବୁ ଲୋକଙ୍କ କରୋନା ଯାଞ୍ଚ ସମ୍ଭବ ନୁହେଁ: ଆଇସିଏମ୍‌ଆର୍‌

zee news

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ବା କୋଭିଡ-୧୯ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ଦେଶରେ ୨୦୦ଟିରୁ ଊର୍ଦ୍ଧ୍ବ ଲା‌ବରେଟୋରିରେ କରୋନା ଭାଇରସ୍‌ ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରିଛି। କେତେକ ଜିଲ୍ଲା ପକ୍ଷରୁ ମିଳିତ ଭାବେ ଅନୁରୋଧ କରାଯିବା ପରେ ଆଇସିଏମ୍‌ଆର୍‌ ଏହାକୁ ମଞ୍ଜୁରି ପ୍ରଦାନ କରିଛି।

ଆଇସିଏମ୍‌ଆର୍‌ ଏ ନେଇ ଏକ ଗାଇଡ୍‌ଲାଇନ୍‌ ଜାରି କରିଛି। ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ପୂର୍ବରୁ ଯେଉଁ ଅଞ୍ଚଳରେ କୋଭିଡ୍‌-୧୯ ପରୀକ୍ଷା କରିବାର ସୁବିଧା ନଥିବ କେବଳ ସେହି ଅଞ୍ଚଳ ପାଇଁ ହିଁ ଏହି ସୁବିଧା ଉପଲବ୍ଧ ହେବ।

ନିମ୍ନୋକ୍ତ ପରିସ୍ଥିତିରେ ଟେଷ୍ଟିଂ ଲାବ୍‌ ଖୋଲାଯିବ:-

: ଯେଉଁ ଜିଲ୍ଲାରେ ଦିନକୁ ସର୍ବନିମ୍ନ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବେ।

: ଲାବରେଟୋରିରେ ଦିନକୁ ସର୍ବନିମ୍ନ ୧୦୦ ନମୁନା ପରୀକ୍ଷା କରାଯିବ।

:  ସାଧାରଣ ଅଞ୍ଚଳରେ ୨୫୦ ଓ ପର୍ବତାଞ୍ଚଳରେ ୧୫୦ କିଲୋମିଟର ମଧ୍ୟରେ ଲାବରେଟୋରି ପୂର୍ବରୁ ନଥିବ।

: ଯଦି ଦିଆଯାଇଥିବା ନିୟମବଳୀର ଉଲ୍ଲଂଘନ କରାଯାଏ ତେବେ ଲାବରେଟୋରିକୁ ବନ୍ଦ କରି ଦିଆଯିବ।

: ଲାବରେଟୋରିରେ ଥିବା କର୍ମଚାରୀମାନଙ୍କର ପୂର୍ବରୁ କ୍ଲିନିକାଲ୍ ଅଭିଜ୍ଞତା ଥିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe