କରୋନାରେ ମୃତ୍ୟୁ ଘଟିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହେଲେ ଆକ୍ରାନ୍ତ

Advertisment
କରୋନାରେ ମୃତ୍ୟୁ ଘଟିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହେଲେ ଆକ୍ରାନ୍ତ

bbc

ଲଣ୍ଡନ: ପୂର୍ବରୁ ଅନେକ ଧରଣର ପ୍ରେମ କାହାଣୀ ଆପଣ ଶୁଣିଥିବେ। ମାତ୍ର ଆମେ ଆଜି ଏପରି ଏକ ପ୍ରେମ କାହାଣୀ ଆପଣଙ୍କୁ ଶୁଣାଇବୁ ଯାହାକୁ ଶୁଣିବା ପରେ ଆପଣ ଆଚମ୍ବିତ ହେବେ ନିଶ୍ଚୟ।

ଇଂଲଣ୍ଡର ବ୍ରାଡଫୋର୍ଡ ରୟାଲ୍‌ ଇନ୍‌ଫାର୍ମାରି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ମୃତ୍ୟୁର ମାତ୍ର କେଇ ଘଣ୍ଟା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

କାହାଣୀଟି ଯେତିକି ରୋମାଞ୍ଚକର ସେତିକି ଲୋମଟଙ୍କୁରା ମଧ୍ୟ। ଘଟଣାଟି ଏପରି, ବ୍ରାଡଫୋର୍ଡ ରୟାଲ୍‌ ଇନ୍‌ଫାର୍ମାରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ପ୍ରାୟ ୧୫ ବର୍ଷ ହେବ ଜଣେ ଯୁବତୀଙ୍କ ସହ ସଂପର୍କରେ ଥିଲେ। ମାତ୍ର ସମୟ ଓ ଟଙ୍କା ଅଭାବ ହେତୁ ସେ ଦୁହେଁ ପରସ୍ପରଙ୍କୁ ବିବାହ କରିପାରି ନଥିଲେ।

publive-image
Cosmopolitan.com

ନିକଟରେ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳିଥିଲା। ତାଙ୍କର ବଞ୍ଚିବାର କୌଣସି ବି ପ୍ରକାରର ସମ୍ଭାବନା ନଥିଲା।

ଫଳରେ ନିଜ ‌ବାନ୍ଧବୀଙ୍କୁ ବିବାହ କରିବାର ଇଚ୍ଛାକୁ ହସ୍ପିଟାଲ୍‌ ଭିତରେ ପୂରା କରିଥିଲେ କରୋନା ଆକ୍ରାନ୍ତ। ବ୍ୟକ୍ତି ଜଣକ ଆଉ ବଞ୍ଚିବେ ନାହିଁ ଜାଣି ମଧ୍ୟ ବିବାହ କରିଥିଲେ ଓ ବିବାହର ମାତ୍ର କେଇ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe