୨୦୧୯ ଲୋକସଭା ନିର୍ବାଚନ ଫଳାଫଳ: ବିଜେପି ୧୭୯ଟି, କଂଗ୍ରେସ ୫୫ ଓ ଅନ୍ୟାନ୍ୟ ଦଳ ୬୧ଟି ଆସନରେ ଆଗୁଆ

Advertisment
ଚାଲିଛି ଭୋଟ ଗଣତି: ଜାଣନ୍ତୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳିରେ କେଉଁଠୁ କିଏ ଆଗୁଆ

ନୂଆଦିଲ୍ଲୀ: ଗୁରୁବାର ସକାଳ ୮ଟା ବେଳେ ଆରମ୍ଭ ହୋଇଥିବା ଲୋକସଭା ଭୋଟ୍‌ ଗଣନାରେ ପ୍ରଥମେ ବିଜେପି ଆଗୁଆ ରହିଥିଲ।
ଏବେ ବିଜେପି ୧୭୯ଟି, କଂଗ୍ରେସ ୫୫ ଓ ଅନ୍ୟାନ୍ୟ ଦଳ ୬୧ଟି ଆସନରେ ଆଗୁଆ ରହିଛନ୍ତି।

ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା ଅପେକ୍ଷାକୃତ ତୀବ୍ରତର ରହିଛି। ପଶ୍ଚିମବଙ୍ଗରେ ସକାଳ ସାଢ଼େ ଆଠଟା ସୁଦ୍ଧା ବିଜେପି ଗୋଟିଏ ଆସନରେ ଆଗେଇ ଥିବା ବେଳେ ତୃଣମୂଳ କଂଗ୍ରେସ ୩ଟି ଆସନରେ ଆଗେଇଥିଲା।

କେରଳର ଓ୍ଵାୟାନାଡ଼ରେ କଂଗ୍ରେସ ପ୍ରାର୍ଥୀ ରାହୁଳ ଗାନ୍ଧୀ ଆଗୁଆ ରହିଛନ୍ତି, କିନ୍ତୁ ଆମେଥିରେ ସେ ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନିଙ୍କ ଠାରୁ ପଛୁଆ ରହିଛନ୍ତି। ତିରୁବନନ୍ତପୁରମରେ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଆଗୁଆ ରହିଛନ୍ତି। ରାୟବରେଲିରେ କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ ଆଗୁଆ ଅଛନ୍ତି।

ଭୋପାଳରେ ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା ଆଗୁଆ ରହିଛନ୍ତି। ଜୟପୁର ଗ୍ରାମୀଣରେ ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର୍‌ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ପୂନିଆଙ୍କ ଠାରୁ ଆଗରେ ଅଛନ୍ତି।

ଗାନ୍ଧୀନଗରରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଗରେ ଅଛନ୍ତି। ପଞ୍ଜାବର ଗୁରୁଦାସପୁର ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।

ଗୁରୁବାର ସକାଳ ୮ଟା ବେଳେ ବିଭିନ୍ନ ଗଣନା କେନ୍ଦ୍ରରେ ୫୪୨ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତରେ ଆଗାମୀ ପାଞ୍ଚ ବର୍ଷ ଲାଗି କ୍ଷମତାର ଲଗାମ କାହା ହାତରେ ରହିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe