ଚାଲିଛି ଆସାନସୋଲ୍‌ ଲୋକସଭା ଓ ୪ ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି; ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ସମସ୍ତଙ୍କ ନଜର

ଚାଲିଛି ଆସାନସୋଲ୍‌ ଲୋକସଭା ଓ ୪ ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି; ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ସମସ୍ତଙ୍କ ନଜର

Image Courtesy of India Today

ନୂଆଦିଲ୍ଲୀ: ଆଜି ସକାଳୁ କଡ଼ା ନିରାପତ୍ତାରେ ଆସାନସୋଲ୍‌ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣନା ପଶ୍ଚିମବଙ୍ଗର ଆସାନସୋଲ୍‌ ଏବଂ ବାଲିଗଞ୍ଜ, ବିହାରର ବୋଚାହାନ୍‌, ଛତିଶଗଡ଼ର ‌ଖଇରାଗଡ଼ ଏବଂ ଉତ୍ତର ମହାରାଷ୍ଟ୍ରର କୋହ୍ଲାପୁରରେ ଚାଲିଛି।

ବାବୁଲ୍‌ ସୁପ୍ରିୟ ଆସାନସୋଲ୍‌ ସାଂସଦ ପଦରୁ ଇସ୍ତଫା ଦେବା ପରେ ‘ଭାରତୀୟ ଜନତା ପାର୍ଟି’ରୁ ଯାଇ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବାରୁ ଏବଂ ବାଲିଗଞ୍ଜର ପ୍ରତିନିଧିତ୍ବ କରୁଥିବା ରାଜ୍ୟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଗତବର୍ଷ ଦେହାନ୍ତ ହୋଇଯିବାରୁ ପଶ୍ଚିମବଙ୍ଗରେ ଉପନିର୍ବାଚନ ଆବଶ୍ୟକ ହେଲା।

ଏପ୍ରିଲ୍‌ ୧୨ ତାରିଖରେ ହୋଇଥିବା ଭୋଟ୍‌ ଗ୍ରହଣରେ ଆସନସୋଲ୍‌ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ବାଲିଗଞ୍ଜ ବିଧାନସଭା ଆସନ ନିମନ୍ତେ ଯଥାକ୍ରମେ ୬୬.୪୨% ଏବଂ ୪୧.୨୩% ଭୋଟ୍‌ ରେକର୍ଡ କରାଯାଇଥିଲା।

publive-image Image Courtesy of The Economic Times

ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ପାର୍ଟି ତରଫରୁ ଆସାନସୋଲ୍‌ର ପ୍ରାର୍ଥୀ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇ ରହିଛି। ଅପରପକ୍ଷେ, ‘ବିଜେପି’ ଆସାନସୋଲ୍‌ ଦକ୍ଷିଣର ବିଧାୟକ ଅଗ୍ନିମିତ୍ର ପାଲ୍‌ଙ୍କୁ ସିହ୍ନାଙ୍କ ବିରୋଧରେ ପ୍ରାର୍ଥୀ କରାଇଛି।

ସେହିପରି, ବାବୁଲ୍‌ ସୁପ୍ରିୟଙ୍କୁ ମଧ୍ୟ ‘ତୃଣମୂଳ କଂଗ୍ରେସ୍‌’ ବାଲିଗଞ୍ଜ ବିଧାନସଭା ନିର୍ବାଚନରେ ‘ବିଜେପି’ର ପ୍ରାର୍ଥିନୀ କେୟା ଘୋଷ ଏବଂ ‘ସିପିଆଇ(ଏମ୍‌)ର ପ୍ରାର୍ଥୀ ସାଇରା ଶାହ ହଲିମ୍‌ଙ୍କ ବିପକ୍ଷରେ ଠିଆ କରାଇଛି।

ସଦ୍ୟତମ ଟ୍ରେଣ୍ଡ୍‌ ଅନୁସାରେ, ପ୍ରଥମ ରାଉଣ୍ଡ୍‌ ଗଣନା ସୁଦ୍ଧା ଶତ୍ରୁଘ୍ନ ସିହ୍ନା ୬,୫୦୦ ଭୋଟ୍‌ରେ ଆଗୁଆ ଥିବାବେଳେ ବାଲିଗଞ୍ଜ ବିଧାନସଭା ଆସନରେ ୬,୨୯୫ ଭୋଟ୍‌ରେ ଅଗ୍ରଣୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe