ଅଳ୍ପ କିଛିଦିନ ମଧ୍ୟରେ ବିବାହ ହେବାକୁ ଥିବା ପ୍ରେମୀଯୁଗଳଙ୍କ ହେଲା ମୃତ୍ୟୁ... ସାଙ୍ଗ ସେୟାର କଲେ ଶେଷ ମେସେଜ

Advertisment
ଅଳ୍ପ କିଛିଦିନ ମଧ୍ୟରେ ବିବାହ ହେବାକୁ ଥିବା ପ୍ରେମୀଯୁଗଳଙ୍କ ହେଲା ମୃତ୍ୟୁ... ସାଙ୍ଗ ସେୟାର କଲେ ଶେଷ ମେସେଜ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧ ପରିସ୍ଥିତି ଭିତରେ ଅନେକ ହୃଦୟବିଦାରକ ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି। ଏଥିସହିତ ଲୋକେ ଯୁଦ୍ଧରେ ମୃତ ଓ ନି‌ଖୋଜ ହୋଇଯାଇଥିବା ‌ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। କାରଣ ସେମାନେ ଜାଣି ପାରୁ ନାହାନ୍ତି କି ସେମାନଙ୍କ ସମ୍ପର୍କୀୟ ମୃତ ନା ଜୀବତ ଅଛନ୍ତି।

ଏଭଳି ପରିସ୍ଥିତି ମଧ୍ୟରେ ଜଣେ ଇସ୍ରାଏଲ ସୈନ୍ୟ ନିଜ ନାମ ଗୋପନ ରଖି ଏକ ପ୍ରେମୀଯୁଗଳଙ୍କ ଶେଷ କଥା ବିଷୟରେ ଆଲୋଚନା କରିଛନ୍ତି। ସୈନ୍ୟ କହିଛନ୍ତି, ‘ମୋର ୨୭ବର୍ଷର ସାଙ୍ଗ ନିୱେ ରବିବ ଓ ତାଙ୍କର ଭାବି ସ୍ତ୍ରୀ ନିରେଲ ଜିନିଙ୍କ ହମାସ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି।

ଯେ‌ତେବେଳେ ହମାସ ଆତଙ୍କବାଦୀମାନେ ପ୍ରଥମ ଆକ୍ରମଣ କରିଥି‌ଲେ, ନିରେଲ ପ୍ରଥମ ମେସେଜ କରିଥିଲେ। ରବିବ ଓ ନିରେଲ ମୃତ୍ୟୁ ପୂର୍ବରୁ କିଛି ସମୟ ମେସେଜରେ କଥା ହୋଇଥିଲେ। ନିରେଲ ନିୱେଙ୍କୁ ଲେଖିଥିଲେ, ‘ହମାସ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଛନ୍ତି। ମୁଁ ‌ଫୋନ ରଖୁଛି।

ଏହାପରେ ନିୱେ ନ‌ିରେଲଙ୍କୁ କ୍ରମାଗତ ଭାବେ ମେସେଜ ପଠାଇ ଚାଲିଥିଲେ। ତୁମେ କେମିତି ଅଛି, ସୁରକ୍ଷିତ ଅଛ ତ। ଦୟାକରି ସୁରକ୍ଷିତ ଅଛ ଯଦି ଗୋଟେ ସଙ୍କେତ ଦିଅ.. ଇତ୍ୟାଦି ଇତ୍ୟାଦି। କିନ୍ତୁ ନିରେଲଙ୍କ ପକ୍ଷରୁ କୌଣସି ଉତ୍ତର ଆସି ନଥିଲା।କିଛି ସମୟ ପରେ ନିୱେଙ୍କ ପକ୍ଷରୁ ବି ମେସେଜ ଆସିବା ବନ୍ଦ ହୋଇଯାଇଥିଲା। ପରେ ମୁଁ ଜାଣିବାକୁ ପାଇଲି ହମାସ ଆତଙ୍କବାଦୀମାନେ ଉଭୟଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଆଉ ଏଥିରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ଖୁବଅଳ୍ପ ଦିନ ମଧ୍ୟ‌ରେ ନିୱେ ଓ ନ‌ିରେଲଙ୍କ ବିବାହ ହୋଇଥାଆନ୍ତା। ଏଥିପାଇଁ ନିୱେ ଓ ନ‌ିରେଲ ଜୋରସୋର ପ୍ରସ୍ତୁତି ବି ଆରମ୍ଭ କରି ଦେଇଥି‌ଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe