ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲା ବିଚାରପତି ତଥା ପୋକ୍ସୋ ବିଚାରପତି ବାସୁଦେବ ଆଚାର୍ଯ୍ୟ। ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

court

ନବରଙ୍ଗପୁର: ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲା ବିଚାରପତି ତଥା ପୋକ୍ସୋ ବିଚାରପତି ବାସୁଦେବ ଆଚାର୍ଯ୍ୟ। ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି।  ନବରଙ୍ଗପୁର ଥାନା ଅନ୍ତର୍ଗତ ବି. ମାଳିଗୁଡ଼ାର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ତନ୍ମୟ ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଟଙ୍କା ଅନାଦେୟରେ ଅଧିକ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି।  ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଡିଏଲଏସଏ ନିର୍ଦେଶ ଦେଇଛନ୍ତି। 

ଗତ ୨୦୨୩ ସେପ୍ଟେମ୍ବର ୧ ତାରିଖରେ ଦଶମ ଶ୍ରେଣୀର ଛାତ୍ରୀକୁ ଅପହରଣ ନେଇ ପୀଡ଼ିତାଙ୍କ ବାପା ନବରଙ୍ଗପୁର ଟାଉନଥାନାରେ ଏତଲା ଦେଇଥିଲୋ ।କୋରାପୁଟ ଜିଲା ବି. ସିଂହପୁର ଥାନା ଅନ୍ତର୍ଗତ ସେମଳା ଗ୍ରାମର ତନ୍ମୟ ବେହେରାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ତନ୍ମୟ ନନ୍ଦାହାଣ୍ଡି ବ୍ଲକର ଏକ ହାଇସ୍କୁଲରେ ଶିକ୍ଷକ ରହି ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। ଛାତ୍ରୀଙ୍କୁ ଅଭିଯୁକ୍ତ ତନ୍ମୟ ଅପହରଣ କରି ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

 ଟାଉନଥାନାରେ ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ତନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ୧୯ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ତନ୍ମୟଙ୍କୁ ବିଚାରପତି ଶ୍ରୀ ଆଚାର୍ଯ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସଚ୍ଚିନନ୍ଦନ ସ୍ବାଇଁ ପରିଚାଳନା କରିଥିଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe