ଠିକା ଟଙ୍କା ଦେଲାନି ବିଭାଗ: ଆଟାଚ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ, ବିଭାଗର ନାମ ପରିବର୍ତ୍ତନ ପାଇଁ ଫେରିଗଲେ

Advertisment

ଓରିଏଣ୍ଟ କଂଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡର ୧ କୋଟି ୩୫ ଲକ୍ଷ ଟଙ୍କା ଆଦାୟ ନ ହେବାରୁ ସିନିଅର ଡିଭିଜନ ସିଭିଲ ଜଜ ସ୍ଥାନାନ୍ତରଣ ଯୋଗ୍ୟ ସାମଗ୍ରୀ ଓ ଆସବାବପତ୍ର ଜବତ କରିବାକୁ ୱ।ରେଣ୍ଟ ଜାରି କରିଛନ୍ତି। ଅଫିସର ନାମ ପରିବର୍ତ୍ତନ ହୋଇଥିବା ମୁଖ୍ୟଯନ୍ତ୍ରୀ କହିଥିଲେ।

ଓରିଏଣ୍ଟ କଂଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡର ୧ କୋଟି ୩୫ ଲକ୍ଷ ଟଙ୍କା ଆଦାୟ ନ ହେବାରୁ ସିନିଅର ଡିଭିଜନ ସିଭିଲ ଜଜ ସ୍ଥାନାନ୍ତରଣ ଯୋଗ୍ୟ ସାମଗ୍ରୀ ଓ ଆସବାବପତ୍ର ଜବତ କରିବାକୁ ୱ।ରେଣ୍ଟ ଜାରି କରିଛନ୍ତି। ଅଫିସର ନାମ ପରିବର୍ତ୍ତନ ହୋଇଥିବା ମୁଖ୍ୟଯନ୍ତ୍ରୀ କହିଥିଲେ।

nj

ବୁର୍ଲା: ସମ୍ବଲପୁରର ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ପରେ କୋର୍ଟଙ୍କ ଟାର୍ଗେଟରେ ବୁର୍ଲାସ୍ଥିତ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କ ଅଫିସ। ଓରିଏଣ୍ଟ କଂଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡର ୧ କୋଟି ୩୫ ଲକ୍ଷ ଟଙ୍କା ଆଦାୟ ନ ହେବାରୁ ସିନିଅର ଡିଭିଜନ ସିଭିଲ ଜଜ ସ୍ଥାନାନ୍ତରଣ ଯୋଗ୍ୟ ସାମଗ୍ରୀ ଓ ଆସବାବପତ୍ର ଜବତ କରିବାକୁ ୱ।ରେଣ୍ଟ ଜାରି କରିଛନ୍ତି। କୋର୍ଟ କର୍ମଚାରୀ ଓ ଅଭିଯୋଗକାରୀ କମ୍ପାନିର ଓକିଲ ଆସିଥିବା ବେଳେ ଅଫିସର ନାମ ପରିବର୍ତ୍ତନ ହୋଇଥିବା ମୁଖ୍ୟଯନ୍ତ୍ରୀ କହିଥିଲେ।

ମୁଖ୍ୟଯନ୍ତ୍ରୀଙ୍କ ଅଫିସର ସ୍ଥାନାନ୍ତରଣଯୋଗ୍ୟ ଓ ଆସବାବପତ୍ର ନଥିବା ଦେଖାଯାଇଛି। ଅଫିସର ଟିଭି, ସୋଫା , କମ୍ପ୍ୟୁଟର ଆଦି ନଥିବା ଦେଖାଯାଇଛି। ଏସି ଲାଗିଥିବା ସ୍ଥାନରେ ଏକ ପୁରୁଣା ଏସି ଲଗାଯାଇଥିବା ବେଳେ ତାହାର ସଂଯୋଗ ତାର ନଥିବା ଦେଖାଯାଇଛି। ଏପରିକି ଇନ୍କମ୍ବାନ୍ସି ତାଲିକା ଥିବା ବୋର୍ଡ ମଧ୍ୟ ଗାୟବ ଥିବା ଦେଖାଯାଇଛି।

କୋର୍ଟ ଆଦେଶରେ ମୁଖ୍ୟଯନ୍ତ୍ରୀ ଅପର ମହାନଦୀ ବେସିନ ଲେଖାଥିବା ବେଳେ ବର୍ତ୍ତମାନ କେବଳ ମହାନଦୀ ବେସିନ ନାମକରଣ ହୋଇଛି। ଏ ନେଇ ମୁଖ୍ୟଯନ୍ତ୍ରୀ ଲିଖିତ ଭାବରେ ଦେଇଥିଲେ। ଫଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଛି।

ଅନ୍ୟପକ୍ଷରେ ମୁଖ୍ୟଯନ୍ତ୍ରୀଙ୍କ ଅଫିସର ସ୍ଥାନାନ୍ତରଣଯୋଗ୍ୟ ଓ ଆସବାବପତ୍ର ନଥିବା ଦେଖାଯାଇଛି। ଅଫିସର ଟିଭି, ସୋଫା , କମ୍ପ୍ୟୁଟର ଆଦି ନଥିବା ଦେଖାଯାଇଛି। ଏସି ଲାଗିଥିବା ସ୍ଥାନରେ ଏକ ପୁରୁଣା ଏସି ଲଗାଯାଇଥିବା ବେଳେ ତାହାର ସଂଯୋଗ ତାର ନଥିବା ଦେଖାଯାଇଛି। ଏପରିକି ଇନ୍କମ୍ବାନ୍ସି ତାଲିକା ଥିବା ବୋର୍ଡ ମଧ୍ୟ ଗାୟବ ଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe