ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବାହାରିପାରେ କୋଭିଡ୍‌-୧୯ ପାଇଁ ପ୍ରତିଷେଧକ: ଅକ୍ସଫୋର୍ଡ

Advertisment
ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବାହାରିପାରେ କୋଭିଡ୍‌-୧୯ ପାଇଁ ପ୍ରତିଷେଧକ: ଅକ୍ସଫୋର୍ଡ

Hindustantimes

ନୂଆଦିଲ୍ଲୀ: ମହାମାରୀ କରୋନା ବା କୋଭିଡ୍‌-୧୯କୁ ମୁକାବିଲା କଲା ପରି ପ୍ରତିଷେଧକ ତିଆରି କରିବା ପାଇଁ ସାରା ବିଶ୍ବରେ ପାଖାପାଖି ୩୦ଟି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ସେ‌ପ୍ଟେମ୍ବର ସୁଦ୍ଧା ଏ ନେଇ ସଫଳତା ମିଳିପାରେ ବୋଲି ଅକ୍ସଫୋର୍ଡର ଗବେଷକମାନେ ମତ ରଖିଛନ୍ତି।

ୟୁନିଭରସିଟି ଅଫ୍‌ ଅକ୍ସଫୋର୍ଡର ପ୍ରଫେସର୍‌ ସାର୍‌ହା ଗିଲ୍‌ବର୍ଟଙ୍କ କହିବାନୁଯାୟୀ, କୋଭିଡ୍‌-୧୯ ପାଇଁ ପ୍ରତିଷେଧକ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି।

ୟୁନିଭରସିଟିରେ ଏହି ପ୍ରତିଷେଧକକୁ ନେଇ ‘କ୍ଲିନିକାଲ୍‌ ଟ୍ରାଏଲ୍‌’ ଖୁବ୍ ଶୀଘ୍ର କରାଯିବ। ଆମେ ବହୁତ ପରିମାଣର ପ୍ରତିଷେଧକ ବାହାର କରିବା ଉଚିତ୍‌ ବୋଲି ସେ ବିବିସିକୁ କହିଛନ୍ତି। ୟୁନିଭରସିଟି ପକ୍ଷରୁ କୁହାଯାଇଛି କି ‘ପ୍ରତିଷେଧକ ତିଆରି କରିବା ନେଇ ଗ‌ବେଷକମାନେ କାର୍ଯ୍ୟ କରୁଛନ୍ତି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ  ଅକ୍ସଫୋର୍ଡର ପ୍ରଫେସର୍‌ ସାର୍‌ହା ଗିଲ୍‌ବର୍ଟ ଗତ ସପ୍ତାହରେ ଏକ ସାକ୍ଷାତ୍‌କାର ଦେଇ ଏହି ପ୍ରତିଷେଧକ ତିଆରି ସଫଳ ହେବାର ୮୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe