ବସୁନ୍ଧରାରେ ଖୋଲିବ କୋଭିଡ୍ କେନ୍ଦ୍ର, ୩୦ଟି ଆଇସିୟୁ ଓ ୨୦ ସାଧାରଣ ଶଯ୍ୟା 

Advertisment
ବସୁନ୍ଧରାରେ ଖୋଲିବ କୋଭିଡ୍ କେନ୍ଦ୍ର, ୩୦ଟି ଆଇସିୟୁ ଓ ୨୦ ସାଧାରଣ ଶଯ୍ୟା 

ସୁନ୍ଦରଗଡ଼ : ଛତିଶଗଡ଼ ସୀମାନ୍ତ ହେମଗିର ବ୍ଲକ୍ ଏମସିଏଲ କଲୋନିସ୍ଥିତ ବସୁନ୍ଧରା ହସ୍ପିଟାଲରେ ଖୋଲିବ କୋଭିଡ୍ କେନ୍ଦ୍ର। ଏଥିରେ  ୩୦ଟି ଆଇସିୟୁ ଓ ୨୦ ସାଧାରଣ ଶଯ୍ୟା ରହିବ। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହିଠ ସୂଚନା ଦେଇଛନ୍ତି। ବ୍ଲକରେ  କରୋନାର ଦ୍ରୁତ  ସଂକ୍ରମଣ ଓ ତଦ୍ଜନିତ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ  ଉଦବେଗ ପ୍ରକାଶ କରିବା ସହ ଗତ ଅପ୍ରେଲ ୨୫ ତାରିଖରେ  ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ହେମଗିର ଅଞ୍ଚଳରେ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ୩୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ୨୦ ସାଧାରଣ ଶଯ୍ୟାର କୋଭିଡ୍ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। ହେମଗିର ବ୍ଲକର କରୋନା ରୋଗୀଙ୍କ  ଚିକିତ୍ସା ପାଇଁ ବେଶ ଉପାଦେୟ ହେବାକୁ ଥିବା ଏହି କେନ୍ଦ୍ରକୁ ନେଇ ଅଞ୍ଚଳରେ ଅଧିକ ଉତ୍ସାହ ପ୍ରକାଶ ପାଇଛି। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର  ହେମଗିର ବ୍ଲକ ଛତିଶଗଡ଼ ସୀମାରେ ଥିବା ଓ ଛତିଶଗଡ଼ ସଂକ୍ରମଣର ଗମ୍ଭୀର ପ୍ରଭାବ ଏଠାରେ ଦେଖିବାକୁ ମିଳିଥିଲା।  ବ୍ଲକର ଛତିଶଗଡ଼ ସୀମାନ୍ତ ଟପରିଆ ଅଞ୍ଚଳରେ  କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା। ଯଦିଓ ଏବେ କିଛି ଦିନ ହେଲା ସଂକ୍ରମଣ ହାର କମିଛି। ତଥାପି ଆଗକୁ ସ୍ଥିତିରେ ଯେ ସୁଧାର ଆସିଯିବ ତାହା ନିଶ୍ଚିତ ନୁହେଁ। ତେଣୁ ସୀମାନ୍ତ ହେମଗିରରେ କୋଭିଡ୍ କେନ୍ଦ୍ର ପ୍ରତିଷ୍ଠାର ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି ବିଧାୟିକା କୁସୁମ ଟେଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe