କୁତ୍ରାରେ ଲଗାତାର ଗୋ ଚାଲାଣ: ଗୋରୁ ବୋଝେଇ ପିକ୍ ଅପ୍ ଜଳିଗଲା, ଚାଳକ ଫେରାର

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ଗୋ ଚାଲାଣ ଘଟଣା ଲଗାତାର ଚାଲିଛି। ଆଜି ଭୋର ସକାଳ ୪ଟା ସମୟରେ ଖତକୁରବାହାଲରୁ ଗୋରୁ ବୋଝେଇ ଯାଉଥିବା ପିକ୍ ଅପ୍ ଗାଡ଼ିଟି କୁତ୍ରା ଥାନା ଅନ୍ତର୍ଗତ ରାଞ୍ଚି ରୋଡ ନିକଟରେ ହଠାତ୍ ନିଆଁ ଲାଗି ଜଳିଯାଇଥିଲା ।

Untitled

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ଗୋ ଚାଲାଣ ଘଟଣା ଲଗାତାର ଚାଲିଛି। ଗତ ତିନିଦିନ ଧରି କେବେ ବନ୍ଧୁକ ଜବତ, କେବେ ପୁଲିସ୍  ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତକୁ ଧରୁଛି, ଆଉ କେବେ ଗାଡ଼ି ଦୁର୍ଘଟଣାରେ ଗୋରୁ ବୋଝେଇ ପିକ୍ ଅପ୍ ଜଳିଯାଉଛି।

 ଆଜି ଭୋର ସକାଳ ୪ଟା ସମୟରେ ଖତକୁରବାହାଲରୁ ଗୋରୁ ବୋଝେଇ ଯାଉଥିବା ପିକ୍ ଅପ୍ ଗାଡ଼ିଟି କୁତ୍ରା ଥାନା ଅନ୍ତର୍ଗତ ରାଞ୍ଚି ରୋଡ ନିକଟରେ ହଠାତ୍ ନିଆଁ ଲାଗି ଜଳିଯାଇଥିଲା । ଖବର ପାଇ ସତର୍କ ହୋଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତଥାପି ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ‌ସୌଭାଗ୍ୟବଶତଃ ଗାଡ଼ିରେ ବୋଝେଇ ସମସ୍ତ ଗୋରୁ ସୁରକ୍ଷିତ ରହିଛନ୍ତି। ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।

ଆଜି ଭୋର ସକାଳ ୪ଟା ସମୟରେ ଖତକୁରବାହାଲରୁ ଗୋରୁ ବୋଝେଇ ଯାଉଥିବା ପିକ୍ ଅପ୍ ଗାଡ଼ିଟି କୁତ୍ରା ଥାନା ଅନ୍ତର୍ଗତ ରାଞ୍ଚି ରୋଡ ନିକଟରେ ହଠାତ୍ ନିଆଁ ଲାଗି ଜଳିଯାଇଥିଲା । ଖବର ପାଇ ସତର୍କ ହୋଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତଥାପି ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ‌ସୌଭାଗ୍ୟବଶତଃ ଗାଡ଼ିରେ ବୋଝେଇ ସମସ୍ତ ଗୋରୁ ସୁରକ୍ଷିତ ରହିଛନ୍ତି। ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe