ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ଗୋରୁ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୋରୁ ଆହତ ହୋଇଥିଲେ।
ଗତକାଲି଼ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି। ଦ୍ରୁତଗତିରେ ଯାଉଥିବା ହେତୁ ରାଜଘାଟ ବ୍ରିଜ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏହାଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତାହତ ଗୋରୁଙ୍କୁ ଉଦ୍ଧାର କରି ବସ୍ତା ପୁଲିସକୁ ଖବର ଦେଇଥିଲେ। ଆହତ ଗୋରୁଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ତେବେ ଗାଡ଼ିଚାଳକ ଓ ଗୋଚାଲାଣକାରୀ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି। ଏଭଳି ଗୋଚାଲାଣକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏଥିପ୍ରତି ପୁଲିସ ଅଧିକ ସଜାଗ ହେବା ଦରକାର ବୋଲି ମତ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us