ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ; ୧୬ ଗୋରୁ ଉଦ୍ଧାର, ଚାଳକ ଫେରାର

Advertisment

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଧୀନ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ତା ବାଇପାସ୍ ଛକ ନିକଟରୁ ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ ହୋଇଛି। ଜବତ ପିକ୍‌ଅପ୍‌ରୁ ୧୬ ଗୋରୁ ଉଦ୍ଧାର ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଧୀନ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ତା ବାଇପାସ୍ ଛକ ନିକଟରୁ ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ ହୋଇଛି। ଜବତ ପିକ୍‌ଅପ୍‌ରୁ ୧୬ ଗୋରୁ ଉଦ୍ଧାର ହୋଇଛନ୍ତି।

zx

ରାଜାମୁଣ୍ତା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଧୀନ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ତା ବାଇପାସ୍ ଛକ ନିକଟରୁ ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ ହୋଇଛି। ଜବତ ପିକ୍‌ଅପ୍‌ରୁ ୧୬ ଗୋରୁ ଉଦ୍ଧାର ହୋଇଛନ୍ତି।

ବଜରଙ୍ଗ ଦଳ ଏବଂ ଗୋରକ୍ଷକ ଦଳର ସଦସ୍ୟମାନେ ୨ଟି ପିକ୍‌ଅପ୍‌ରେ ବୋଝେଇ ହୋଇ ଗୋରୁଚାଲାଣ ହେଉଥିବା ଖବର ପାଇ ବାଇପାସ୍ ଛକରେ ଛକି ରହିଥିଲେ। ଓଡ଼ି ୧୪ ଜି ୫୯୮୦ ଏବଂ ଓଆର ୧୪ ଡ୍ଲୁ ୦୨୦୯  ପିକ୍‌ଅପ୍‌କୁ ଅଟକାଇବାକୁ ଉଦ୍ୟମ କରିବାବେଳେ ଗାଡ଼ି ଚାଳକମାନେ ଦ୍ରୁତଗତିରେ ଗାଡ଼ି ଚଳାଇ ବାଇପାସ୍ ଛକ ଆଗରେ ସମରଦରି ନିକଟରେ ଗାଡ଼ିକୁ ଡିଭାଇଡର ଉପରେ ଚଢାଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବଜରଙ୍ଗ  ଦଳ ଏବଂ ଗୋରକ୍ଷକ ଦଳର ସଦସ୍ୟମାନେ ପଛେ ପଛେ ଯାଇ ଦୁଇ ଗାଡ଼ିକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ସୂଚନା ମୁତାବକ କୌଣସି ସୂତ୍ରରୁ ବଜରଙ୍ଗ ଦଳ ଏବଂ ଗୋରକ୍ଷକ ଦଳର ସଦସ୍ୟମାନେ ୨ଟି ପିକ୍‌ଅପ୍‌ରେ ବୋଝେଇ ହୋଇ ଗୋରୁଚାଲାଣ ହେଉଥିବା ଖବର ପାଇ ବାଇପାସ୍ ଛକରେ ଛକି ରହିଥିଲେ। ଓଡ଼ି ୧୪ ଜି ୫୯୮୦ ଏବଂ ଓଆର ୧୪ ଡ୍ଲୁ ୦୨୦୯  ପିକ୍‌ଅପ୍‌କୁ ଅଟକାଇବାକୁ ଉଦ୍ୟମ କରିବାବେଳେ ଗାଡ଼ି ଚାଳକମାନେ ଦ୍ରୁତଗତିରେ ଗାଡ଼ି ଚଳାଇ ବାଇପାସ୍ ଛକ ଆଗରେ ସମରଦରି ନିକଟରେ ଗାଡ଼ିକୁ ଡିଭାଇଡର ଉପରେ ଚଢାଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ବଜରଙ୍ଗ  ଦଳ ଏବଂ ଗୋରକ୍ଷକ ଦଳର ସଦସ୍ୟମାନେ ପଛେ ପଛେ ଯାଇ ଦୁଇ ଗାଡ଼ିକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଗୋରୁ ବୋଝେଇ ପିକ୍‌ଅପକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଥିବାବେଳେ ଉଦ୍ଧାର ଗୋରୁଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe