କନ୍ଧମାଳରେ ଯୁବକଙ୍କୁ ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟା ଅଭିଯୋଗର ଘଟଣାର ତଦନ୍ତ ଭାର ନେଇଛି ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ।

ନିଦ ହଜାଇଲାଣି ଅଂଶୁଘାତ ମୃତ୍ୟୁ: ୩ ଦିନରେ ୯୯ଜଣଙ୍କର ପ୍ରାଣଗଲାଣି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟା ଅଭିଯୋଗର ଡିଏସପି ରଜତ କୁମାର ରାୟ ତଦନ୍ତ କରିବେ ବୋଲି ଜଣାଯାଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ। ଏହି ମାମଲାର ତଦନ୍ତ କରିବାକୁ ଡିଏସପି ରଜତ କୁମାର ରାୟଙ୍କୁ ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ଦିନ ଘାଟି ତଳୁ ଯୁବକ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା। ପୁଲିସ କର୍ମଚାରୀ ଜେଷ୍ଠ ବଣ୍ଡକୀଙ୍କୁ ପିଟିପିଟି ମାରିବା ପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୋଛାପଡ଼ା ଥାନାର ଏସଆଇ, ହାବିଲଦାର ନିଲମ୍ବିତ ହୋଇଥିବା ବେଳେ ନିଜ କାମରେ ଅବହେଳା ପାଇଁ ୩ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe