ବିଜେଡି ନେତା ରାଜା ଚକ୍ରଙ୍କୁ  ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ

Advertisment

ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ନିକଟରେ ଆବେଦନ କରିଛି ଅର୍ଥନୈତିକ ଅପରାଧ ଶାଖା |

ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ନିକଟରେ ଆବେଦନ କରିଛି ଅର୍ଥନୈତିକ ଅପରାଧ ଶାଖା |

raja

ବା‌ଲେଶ୍ବର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆଣ୍ଡ୍‌ ଟ୍ରାନ୍‌ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍‌ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ନିକଟରେ ଆବେଦନ କରିଛି ଅର୍ଥନୈତିକ ଅପରାଧ ଶାଖା | ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ଈଓଡବ୍ଲ୍ୟୁ | ଏହି ଦୁର୍ନୀତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ କରାଯିବ |

ସୂଚନା ଅନୁଯାୟୀ, ୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍‌ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିଃ ୧୮୫ କୋଟି ଟଙ୍କା ଲାଭ କରିଥିବା ଖାତାରେ ଦର୍ଶାଇଥିଲେ ମଧ୍ୟ ୨୦୧୨-୧୩ରୁ ୨୦୨୪ ପର୍ଯ୍ୟନ୍ତ ସୋସାଇଟିର କୌଣସି ଅଡିଟ୍‌ କରାଯାଇନାହିଁ। ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ସଂସ୍ଥା ପକ୍ଷରୁ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ମାତ୍ର ସେଥିରେ କୌଣସି ଅର୍ଥ ଖର୍ଚ୍ଚ ହୋଇ ନଥିବା ମଧ୍ୟ ଦୁଇ ଜଣ ବିଡିଓ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ସୋସାଇଟିର ଗାଡ଼ି ବଦଳରେ ରାଜା ଚକ୍ରଙ୍କ ନିଜ ଗାଡ଼ି, ମେସିନାରି ବ୍ୟବହାର କରି ସେଥିରେ ୯.୧ କୋଟି ଟଙ୍କାର ତେଲ ପକାଇବା ବାବଦରେ ତାଙ୍କ ନାଁରେ ଥିବା ମା’ କାଳୀ ପେଟ୍ରୋଲ ପମ୍ପକୁ ଏହି ଟଙ୍କା ପ୍ରଦାନ କରିଛି ଗନ୍ଧମାର୍ଦ୍ଦନ ଏଜେନ୍ସି।

ସେହିପରି ୪ ବର୍ଷ ଭିତରେ ବିଭିନ୍ନ ଗାଁ ଲୋକଙ୍କ ମୁହଁକୁ ଚୁପ୍‌ କରି ସମର୍ଥନ ପାଇବା ପାଇଁ ସଂସ୍ଥା ପକ୍ଷରୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଶ୍ରମିକଙ୍କୁ ଦେୟ ଓ ଲୋଡିଂ ଖର୍ଚ୍ଚ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ରାଜା ଚକ୍ର ଏବଂ ତାଙ୍କ ପତ୍ନୀ ରୂପାଲି ପଟ୍ଟନାୟକଙ୍କ ନାଁରେ ଥିବା ୨ଟି ଯାତ୍ରୀବାହୀ ଗାଡ଼ି, ୪୦ଟି ହାଇୱା ଗାଡ଼ିକୁ କ୍ରାଇମ୍‌ ବ୍ରାଞ୍ଚ ଜବତ କରିଛି। ଉଭୟଙ୍କ ନାଁରେ ୯୦ରୁ ଅଧିକ ଗାଡ଼ି ରହିଥିବା ବେଳେ ‌ସେଗୁଡ଼ିକର କାଗଜପତ୍ର ମଧ୍ୟ ଯାଞ୍ଚ୍‌ ଚାଲିଛି। ଏଥିସହ ରାଜାର ୨ଟି ସ୍କ୍ରିନିଂ ପ୍ଲାଣ୍ଟ୍‌କୁ ମଧ୍ୟ ଜବତ କରାଯାଇଛି। ଉଲ୍ଲେଖ ଥାଉ କି ଗତ ଗୁରୁବାର ରାଜାଙ୍କୁ ଗିରଫ କରାଯାଇଥିବା ବେଳେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍‌ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe