୧୩ କିଲୋମିଟର ବେଗରେ ମାଡି ଆସୁଛି 'ଦାନା'

ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ବିଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପିଛା ୧୩କିମି ବେଗରେ ଆଗକୁ ବଢୁଛି।

dana

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ବିଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପିଛା ୧୩କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ ଅନୁସାରେ ବାତ୍ୟା ଆଜି ମଧ୍ୟରାତ୍ରୀରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍‌ କରିବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ଏବେ ପାରାଦୀପର ଦକ୍ଷିଣ-ପୂର୍ବରେ ୬୦କିମି ଦୂରରେ ଅଛି।

ଧାମରା ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ଏହା ୮୦କିମି ଦୂରରେ ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ବାତ୍ୟା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ସ୍ଥଳଭାଗରେ ବାତ୍ୟା ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ରହିବ। ପବନର ବେଗ ସର୍ବାଧିକ ଘଣ୍ଟାପିଛା ୧୨୦କିମି ହୋଇପାରେ। ବାତ୍ୟା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପାରାଦୀପ ଓ ଗୋପାଳପୁରସ୍ଥିତ ଡପଲର ୱେଦର ରାଡାର ଉପରେ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe