ପୁରୀ: ଶରଧାବାଲିରେ ପହଂଚିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ | ଅନ୍ୟପଟେ ଶରଧାବାଲି ଅଭିମୁଖେ ନନ୍ଦିଘୋଷ ରଥ ଗଡୁଛି | ଗୁଣ୍ଡିଚା ମନ୍ଦିର ଆଗରେ ପୂର୍ବରୁ ତାଳଧ୍ୱଜ ରଥ ଲାଗିସାରିଥିବାବେଳେ ଏବେ ଦର୍ପଦଳନ ରଥ ପହଂଚିଛି | ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ | ଉଲ୍ଲେଖ ଥାଉ କି ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା।
ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା।
ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା । ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ତେବେ ଆଜି ସେଭଳି କୌଣସି ସମସ୍ୟା ହୋଇନଥିଲା | ଆଜି ସୁରୁଖୁରୁରେ ଯାଇ ଗୁଣ୍ଡିଚା ମନ୍ଦିର ଆଗରେ ପହଂଚିଛି |
Follow Us