ଘରକାନ୍ଥ ପଡ଼ି ଚାଲିଗଲା ବଡ଼ ଝିଅର ଜୀବନ, ପରିବାରର ଚାରି ଗୁରୁତର

Advertisment

ଘରର ଇଟା କାନ୍ଥ ପଡ଼ି ପରିବାରର ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ସହ ଛୋଟ ଝିଅ ଓ ସବା ସାନ ପୁଅ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଘରର ଇଟା କାନ୍ଥ ପଡ଼ି ପରିବାରର ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ସହ ଛୋଟ ଝିଅ ଓ ସବା ସାନ ପୁଅ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ନିଦ ହଜାଇଲାଣି ଅଂଶୁଘାତ ମୃତ୍ୟୁ: ୩ ଦିନରେ ୯୯ଜଣଙ୍କର ପ୍ରାଣଗଲାଣି

କଲ୍ୟାଣସିଂହପୁର: ଗତକାଲି ରାତ୍ର ପ୍ରାୟ ଆଠଟା ସମୟରେ ଘରର ଇଟା କାନ୍ଥ ପଡ଼ି ପରିବାରର ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ସହ ଛୋଟ ଝିଅ ଓ ସବା ସାନ ପୁଅ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି। ଗତ ଦୁଇଦିନ ହେବ ଝିପିଝିପି ବର୍ଷା ଲାଗି ରହିଥିଲା ବର୍ଷାରେ ସମସ୍ତ ପରିବାର ଖାଇ ଘର ଭିତରେ ଶୋଇଥିବା ସମୟରେ ବର୍ଷାରେ ଭିଜିଥିବା କାନ୍ଥ ଭୁଶୁଡି ପଡ଼ିଥିବାରୁ ପରିବାରର ସମସ୍ତ ପରିବାର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। 

ସବୁଦିନ ପରି ଗତକାଲି ମଧ୍ୟ ବୁର୍ଜା ବାୱାକା (୪୭)ମାଆ କୁଡୁଞ୍ଜି ୱାଡାକା (୩୬)ବଡ଼ ଝିଅ ସାମନ୍ତି ୱାଡାକା (୧୨)ସଞ୍ଜନା ୱାଡାକା (୫)ସଂଜୁ ୱାଡାକା (୩)ଖାଇ ଶୋଇ ପଡ଼ିଥିଲେ। ହଠାତ ବିରାଟ ଶବ୍ଦ ହୋଇ କାନ୍ଥ ପଡ଼ିଯିବାରୁ ବଡ଼ ଝିଅ ସଞ୍ଜନା ୱାଡାକା (୧୨)ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି କି ନାହିଁ ସାଙ୍ଗେ ସାଙ୍ଗେ ଏକ ଗାଡ଼ିରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ଚାରିଜଣ ମଧ୍ୟରୁ ବାପା ବୁର୍ଜୁ ଓ ମାଆ କୁଡୁଞ୍ଜି ଗୁରୁତର ଆହତ ଥିବାରୁ ରାୟଗଡା ମୁଖ୍ୟ ଡାକ୍ତରଖାନାକୁ ନେବାପାଇଁ କୁହା ଯାଇଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe