୪୨ ଘଣ୍ଟା ପରେ ମିଳିଲା ଆଉ ଜଣଙ୍କ ମୃତଦେହ

Advertisment

୪୨ ଘଣ୍ଟା ପରେ ମିଳିଲା ଆଉ ଜଣଙ୍କ ମୃତଦେହ । ସକାଳ ୭ ଟାରେ ନିଖୋଜ ରୋଶନ ପାଶୱାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ କୁକୁରିଡ଼ିହି ନିକଟ ଇବ ନଦୀରୁ ଜୟନାରାୟଣ ପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।

୪୨ ଘଣ୍ଟା ପରେ ମିଳିଲା ଆଉ ଜଣଙ୍କ ମୃତଦେହ । ସକାଳ ୭ ଟାରେ ନିଖୋଜ ରୋଶନ ପାଶୱାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ କୁକୁରିଡ଼ିହି ନିକଟ ଇବ ନଦୀରୁ ଜୟନାରାୟଣ ପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।

Untitled

ସୁନ୍ଦରଗଡ଼: ୪୨ ଘଣ୍ଟା ପରେ ମିଳିଲା ଆଉ ଜଣଙ୍କ ମୃତଦେହ । ସକାଳ ୭ ଟାରେ ନିଖୋଜ ରୋଶନ ପାଶୱାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ କୁକୁରିଡ଼ିହି ନିକଟ ଇବ ନଦୀରୁ ଜୟନାରାୟଣ ପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ୩ ଦିନ ହୋଇଗଲା ଏହି ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିଲା ।

ଗତ ବୁଧବାର ଦିନ ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ଦୁଇ ଯୁବକ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର ବୋଲି ଜଣାଯାଇଛି।

୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଅଟକି ରହିଥିଲା ମୃତଦେହ।  

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ଦୁଇ ଯୁବକ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe