ରାଉରକେଲା ରେଳଷ୍ଟେସନ୍‌ରୁ ବିଏସ୍‌ଏଫ୍‌ ଯବାନଙ୍କ ମୃତଦେହ ଉଦ୍ଧାର

ରାଉରକେଲା ରେଳଷ୍ଟେସନ୍‌ରୁ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନଙ୍କ ନାମ ସଞ୍ଜୟ ଦାସ(୩୯) ଓ ତାଙ୍କ ଘର ଆସାମରେ ବୋଲି ଜଣାପଡ଼ିଛି। ଯବାନ ଜଣକ ଛତିଶଗଡ଼ ବିଏସ୍‌ଏଫ୍‌ କ୍ୟାମ୍ପରେ ନିୟୋଜିତ ଥିଲେ।

ପୁଣି ଥରେ ଟ୍ରେନ୍‌ ବଗି ଛାଡ଼ି ପଳାଇଲା ଇଞ୍ଜିନ, ଏଥର ରାଉରକେଲାରେ

ରାଉରକେଲା: ରାଉରକେଲା ରେଳଷ୍ଟେସନ୍‌ରୁ ଜଣେ ବିଏସ୍‌ଏଫ୍‌ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନଙ୍କ ନାମ ସଞ୍ଜୟ ଦାସ(୩୯) ଓ ତାଙ୍କ ଘର ଆସାମରେ ବୋଲି ଜଣାପଡ଼ିଛି।

ଯବାନ ଜଣକ ଛତିଶଗଡ଼ ବିଏସ୍‌ଏଫ୍‌ କ୍ୟାମ୍ପରେ ନିୟୋଜିତ ଥିଲେ। କିଛି ଦିନ ପୂର୍ବରୁ ଛୁଟି କାଟିବାକୁ ନିଜ ଘର ଆସାମ ଯାଇଥିଲେ। ଛୁଟି ସାରିବା ପରେ ବୁଧବାର ଗୀତାଞ୍ଜଳି ଏକ୍ସପ୍ରେସ୍‌ରେ ଛତିଶଗଡ଼ସ୍ଥ ବେସ୍‌ କ୍ୟାମ୍ପ୍‌କୁ ଫେରୁଥିଲେ। ତେବେ ରାତି ପ୍ରାୟ ୧୦ଟା ସମୟରେ ଗାଡ଼ି ଚକ୍ରଧରପୁର ପହଞ୍ଚିବା ପରେ ରେଳବାଇ ପୁଲିସ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ଏନେଇ ତୁରନ୍ତ ରାଉରକେଲା ରେଳବାଇ ପୁଲିସକୁ ଜଣାଇଥିଲେ। ଗାଡ଼ି ରାତି ପ୍ରାୟ ସାଢ଼େ ୧୧ଟାବେଳେ ରାଉରକେଲା ପହଞ୍ଚିବା ପରେ ଆର୍‌ପିଏଫ୍‌ ଯବାନ ତାଙ୍କୁ ଉଦ୍ଧାର କରିଥିଲେ। ରେଳବାଇ ଡାକ୍ତରଙ୍କୁ ଡାକି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ​ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କୁ ଯବାନଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

ସୂଚନାନୁଯାୟୀ, ଯବାନ ଜଣକ ଛତିଶଗଡ଼ ବିଏସ୍‌ଏଫ୍‌ କ୍ୟାମ୍ପରେ ନିୟୋଜିତ ଥିଲେ। କିଛି ଦିନ ପୂର୍ବରୁ ଛୁଟି କାଟିବାକୁ ନିଜ ଘର ଆସାମ ଯାଇଥିଲେ। ଛୁଟି ସାରିବା ପରେ ବୁଧବାର ଗୀତାଞ୍ଜଳି ଏକ୍ସପ୍ରେସ୍‌ରେ ଛତିଶଗଡ଼ସ୍ଥ ବେସ୍‌ କ୍ୟାମ୍ପ୍‌କୁ ଫେରୁଥିଲେ। ତେବେ ରାତି ପ୍ରାୟ ୧୦ଟା ସମୟରେ ଗାଡ଼ି ଚକ୍ରଧରପୁର ପହଞ୍ଚିବା ପରେ ରେଳବାଇ ପୁଲିସ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ଏନେଇ ତୁରନ୍ତ ରାଉରକେଲା ରେଳବାଇ ପୁଲିସକୁ ଜଣାଇଥିଲେ। ଗାଡ଼ି ରାତି ପ୍ରାୟ ସାଢ଼େ ୧୧ଟାବେଳେ ରାଉରକେଲା ପହଞ୍ଚିବା ପରେ ଆର୍‌ପିଏଫ୍‌ ଯବାନ ତାଙ୍କୁ ଉଦ୍ଧାର କରିଥିଲେ। ରେଳବାଇ ଡାକ୍ତରଙ୍କୁ ଡାକି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ​ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀଙ୍କୁ ଯବାନଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe