ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ଭାସିଯାଇଥିଲେ

ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ପାଖ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ, ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ ।

New Project (8)

ବୈଶିଙ୍ଗା: ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ପାଖ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ, ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ଘରପାଖ ଜଳାଶୟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି । ବେତନଟୀ ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ରେଣୁଗାଁ ଗ୍ରାମର ୬୦ ବର୍ଷୀୟ ଲକ୍ଷ୍ମୀଧର ମହାନ୍ତ l 

ଲକ୍ଷ୍ମୀଧର ରବିବାର ଧାନକ୍ଷେତକୁ ସାର ସିଞ୍ଚନ କରିବାକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିବା ପରେ ଗାଧୋଇବାକୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ l ଘରଲୋକେ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ ଘରକୁ ଫେରିନଥିଲେ। ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ମୃତଦେହ ଘରପାଖ ଜଳାଶୟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ l ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିବାପରେ ବେତନଟୀ ପୁଲିସ ୩୦ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁକରିଛି ।

ସୂଚନା ମୁତାବକ, ଲକ୍ଷ୍ମୀଧର ରବିବାର ଧାନକ୍ଷେତକୁ ସାର ସିଞ୍ଚନ କରିବାକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିବା ପରେ ଗାଧୋଇବାକୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ l ଘରଲୋକେ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ ଘରକୁ ଫେରିନଥିଲେ। ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ମୃତଦେହ ଘରପାଖ ଜଳାଶୟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ l ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିବାପରେ ବେତନଟୀ ପୁଲିସ ୩୦ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁକରିଛି । ମୃତଦେହ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe