ନିଖୋଜ ପଣସ ବ୍ୟବସାୟୀଙ୍କ ଗଳିତ ଶବ ଉଦ୍ଧାର

Advertisment

କୋରାପୁଟ ଜିଲ୍ଲାର  ଜଣେ ବ୍ୟବସାୟୀଙ୍କୁ ହତ୍ୟା କରି ରାୟଗଡ଼ା ସଦରମହକୁମାସ୍ଥିତ ହାଲୁଆ ତୋଟା ମଶାଣି ନିକଟରେ ପୋତା ଯାଇଥିବା ସନ୍ଧାନ ପୁଲିସ ପାଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲାର  ଜଣେ ବ୍ୟବସାୟୀଙ୍କୁ ହତ୍ୟା କରି ରାୟଗଡ଼ା ସଦରମହକୁମାସ୍ଥିତ ହାଲୁଆ ତୋଟା ମଶାଣି ନିକଟରେ ପୋତା ଯାଇଥିବା ସନ୍ଧାନ ପୁଲିସ ପାଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

Dead

ରାୟଗଡ଼ା: କୋରାପୁଟ ଜିଲ୍ଲାର  ଜଣେ ବ୍ୟବସାୟୀଙ୍କୁ ହତ୍ୟା କରି ରାୟଗଡ଼ା ସଦରମହକୁମାସ୍ଥିତ ହାଲୁଆ ତୋଟା ମଶାଣି ନିକଟରେ ପୋତା ଯାଇଥିବା ସନ୍ଧାନ ପୁଲିସ ପାଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଲମତାପୁଟ ବ୍ଲକ୍ ବନମାଳୀପୁଟ ପଞ୍ଚାୟତ ମେଡିପୁଟ ଗାଁର ପଣସ ବ୍ୟବସାୟୀ ସୋମନାଥ ଯାନୀଙ୍କୁ ହତ୍ୟା କରି ରାୟଗଡ଼ା ସହର ଉପକଣ୍ଠରେ ହାଲୁଆ ଶ୍ମଶାନ ନିକଟରେ  ପୋତି ଦିଆଯାଇଥିଲା । ଗତ ତିନିମାସ ଧରି ସେ ନିଖୋଜ ଥିଲେ।

ନନ୍ଦପୁର ପୁଲିସ ଏହି ଘଟଣାର ଖୋଳତାଡ କରି ସମ୍ପୃକ୍ତ ବ୍ୟବସାୟୀଙ୍କୁ ହତ୍ୟା  କରାଯାଇଥିବା କଥା ଜାଣିପାରିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛIନଭିନ ଆରମ୍ଭ କରିଛି। ଆଜି ସିନ  ରିକ୍ରିଏସନ କରିବା ପରେ ପୁଲିସ ପୋତା ଯାଇଥିବା ଶବକୁ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe