ସମାଜସେବୀଙ୍କ ମୃତଦେହ ଓୟୋ ହୋଟେଲରୁ ଉଦ୍ଧାର

ଦେବୀଦତ୍ତ ମହାପାତ୍ର ୨ ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେ ଭରତପୁର ଥାନା ଅଞ୍ଚଳରେ ଥିବା ଓୟୋ ହୋଟେଲରେ ରହିଥିଲେ। ହେଲେ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ ଦୀର୍ଘ ସମୟ ଧରି ଖୋଲିନଥିଲେ ଦେବୀଦତ୍ତ। ପରେ ପୁଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗିବା ପରେ ଝୁଲନ୍ତା ଦେବୀଦତ୍ତଙ୍କ ମୃତଦେହ ଜବତ କରିଛି।

social worker

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ହୋଟେଲ ରୁମ୍‌ରୁ ଜଣେ ସମାଜସେବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ର।

ସୂଚନା ଅନୁସାରେ ଦେବୀଦତ୍ତ ୨ ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେ ଭରତପୁର ଥାନା ଅଞ୍ଚଳରେ ଥିବା ଓୟୋ ହୋଟେଲରେ ରହିଥିଲେ। ହେଲେ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ ଦୀର୍ଘ ସମୟ ଧରି ଖୋଲିନଥିଲେ ଦେବୀଦତ୍ତ। ପରେ ପୁଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗିବା ପରେ ଝୁଲନ୍ତା ଦେବୀଦତ୍ତଙ୍କ ମୃତଦେହ ଜବତ କରିଛି। ୭ ମାସ ତଳେ ବିବାହ କରିଥିଲେ ଦେବୀଦତ୍ତ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ସୂଚନାଯୋଗ୍ୟ, ହୋଟେଲରୁ ମୃତଦେହ ମିଳିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ରାଜ୍ୟରେ ଏଭଳି ଘଟଣା ଘଟିଛି। ୫ ବର୍ଷ ତଳେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ରୁମ୍‌ରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ବ୍ରହ୍ମପୁରର ଦାମିନି କୁମାରୀ ସ୍ବାଇଁ। ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଉକ୍ତ ହୋଟେଲରେ ଏକ ରୁମ୍‌ ଭଡ଼ା ନେଇ ରହୁଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଯୁବତୀ ଜଣଙ୍କ ରୁମ ଫ୍ୟାନରେ ନିଜ ଓଢ଼ଣୀରେ ଝୁଲିଥିଲେ।  

୨୦୨୨ ସେପ୍ଟେମ୍ବରରେ ପୁରୀ ବଡ଼ଶଙ୍ଖସ୍ଥିତ ଏଚଆର୍ ଲଜ୍‌ରୁ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ଯୁବତୀ ଜଣଙ୍କ ନିଜ ହାତ କାଟି ଦେବା ସହ ବେକର ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡ଼ିଥିଲେ। ମୃତ ଯୁବତୀ ଜଣକ ହେଲେ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି  ଥିଲେ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe