ବାଦଲଗିରି ଜଳପ୍ରପାତ ଇଞ୍ଜିନିୟର ଛାତ୍ର ବୁଡ଼ି ଘଟଣା, ୨୧ ଦିନ ପରେ ମିଳିଲା ନିଖୋଜ ପୁଅର ଶବ

Advertisment

ସାଙ୍ଗମାନଙ୍କ ସହ ବଣଭୋଜି କରୁଥିବାବେଳେ ବାଦଲଗିରି ଜଳପ୍ରପାତରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର (୨୨) ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତଖାନାକୁ ପଠାଇଛି।

ସାଙ୍ଗମାନଙ୍କ ସହ ବଣଭୋଜି କରୁଥିବାବେଳେ ବାଦଲଗିରି ଜଳପ୍ରପାତରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର (୨୨) ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତଖାନାକୁ ପଠାଇଛି।

dead body

dead body Photograph: (sambad.in)

ରାଉରକେଲା/ଗୁରୁଣ୍ଡିଆ: ସାଙ୍ଗମାନଙ୍କ ସହ ବଣଭୋଜି କରୁଥିବାବେଳେ ବାଦଲଗିରି ଜଳପ୍ରପାତରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର (୨୨) ନିଖୋଜ ହୋଇଯାଇଥିଲେ। ସାତ ଦିନ ଧରି ଖୋଜାଖୋଜି ପରେ ମଧ୍ୟ ଗୌରବଙ୍କର କୌଣସି ପତ୍ତା ନ ମିଳିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଥିଲା ଅଗ୍ନିଶମ କର୍ମଚାରୀ। ନିଖୋଜ ପୁଅର ବାଟକୁ ଚାହିଁ ଚାହିଁ ଶେଷରେ ଘରକୁ ଫେରିଯାଇଥିଲେ ପରିବାର। ଆଜି ଜଳପ୍ରପାତର କିଛି ଦୂରରେ ଗଳିତ ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପେଟ ଓ ଗୋଟିଏ ଗୋଡ଼ର କିଛି ଅଂଶ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତଖାନାକୁ ପଠାଇଛି।

ଗତ ୬ ତାରିଖ (ରବିବାର) ରାଜଗାଙ୍ଗପୁର ସହରର ଗୌରବ ତା’ର ସାଙ୍ଗ ଚନ୍ଦନ ବରୁଆ, ଅଙ୍କିତ ବଡ଼ାଇକ, ବିବେକ ସାମଦ, ଆଶିଷ ମିଞ୍ଜ, ରାହୁଲ ବଡ଼ାଇକ, ଅମନ ବର୍ମା, ୱାଲଟର ଗୁଡ଼ିଆ, ଅମର ମସାନ୍ତ, ଓମପ୍ରକାଶ ସମ୍‌ସାର ଅଲ୍ଲୀ, ରାଜା ତନ୍ତୀ ଏମିତି ୧୩ ଜଣ ଏକ ପିକ୍‌ଅପ୍‌ରେ ବାଦଲଗିରି ଜଳପ୍ରପାତ ବାହାରିଥିଲେ। ରାଜଗାଙ୍ଗପୁରରୁ ପ୍ରାୟ ୧୦୦ କିମି ଦୂର ଅତିକ୍ରମ କରିବା ପରେ ଅପରାହ୍‌ଣ ପ୍ରାୟ ୧ଟାରେ ବାଦଲଗିରିରେ ପହଞ୍ଚିଥିଲେ। ଅପରାହ୍ନ ୩ଟାରେ ଗୌରବ ଓ ତା’ଙ୍କ ୪ ସାଙ୍ଗ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଅନ୍ୟମାନେ ରୋଷେଇ କରୁଥିଲେ। ଗୌରବ ଓ ତା’ର ଚାରି ସାଙ୍ଗ ଗଭୀର ଜଳପ୍ରପାତରେ ଗାଧୋଉଥିବାବେଳେ ପଥରରେ ଗୋଡ଼ ଖସିଯିବାରୁ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରିଦିନ ଅର୍ଥାତ୍‌ ୭ ତାରିଖରୁ ଗୁରୁଣ୍ଡିଆ ଓ ଲହୁଣିପଡା ଅଗ୍ନିଶମ କର୍ମଚାରୀ ପରିବାର ଲୋକଙ୍କ ଉପସ୍ଥିତିରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟଜାରି ରଖିଥିଲେ। ୭ ଦିନ ଖୋଜିବା ପରେ ମଧ୍ୟ ଗୌରବଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷ ଦିନରେ ଓଡ୍ରାଫ୍ଟ ଟିମ୍‌ ମଧ୍ୟ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଜଳପ୍ରପାତ ଚତୁଃପାର୍ଶ୍ବରେ ରହୁଥିବା ଗ୍ରାମ ଓ ବସ୍ତିବାସିନ୍ଦାଙ୍କୁ ସୂଚନା ଦେଇ ଉଦ୍ଧାର କାର୍ଯ୍ୟବନ୍ଦ ରଖିଥିଲେ। ନିଖୋଜ ପୁଅକୁ ନ ପାଇ ବାପା-ମା ଓ ତାଙ୍କ ପରିବାର କାନ୍ଦି କାନ୍ଦି ଘରକୁ ଫେରି ଯାଇଥିଲେ।

ସୂଚନାଯୋଗ୍ୟ, ଗତ ୬ ତାରିଖ (ରବିବାର) ରାଜଗାଙ୍ଗପୁର ସହରର ଗୌରବ ତା’ର ସାଙ୍ଗ ଚନ୍ଦନ ବରୁଆ, ଅଙ୍କିତ ବଡ଼ାଇକ, ବିବେକ ସାମଦ, ଆଶିଷ ମିଞ୍ଜ, ରାହୁଲ ବଡ଼ାଇକ, ଅମନ ବର୍ମା, ୱାଲଟର ଗୁଡ଼ିଆ, ଅମର ମସାନ୍ତ, ଓମପ୍ରକାଶ ସମ୍‌ସାର ଅଲ୍ଲୀ, ରାଜା ତନ୍ତୀ ଏମିତି ୧୩ ଜଣ ଏକ ପିକ୍‌ଅପ୍‌ରେ ବାଦଲଗିରି ଜଳପ୍ରପାତ ବାହାରିଥିଲେ। ରାଜଗାଙ୍ଗପୁରରୁ ପ୍ରାୟ ୧୦୦ କିମି ଦୂର ଅତିକ୍ରମ କରିବା ପରେ ଅପରାହ୍‌ଣ ପ୍ରାୟ ୧ଟାରେ ବାଦଲଗିରିରେ ପହଞ୍ଚିଥିଲେ। ଅପରାହ୍ନ ୩ଟାରେ ଗୌରବ ଓ ତା’ଙ୍କ ୪ ସାଙ୍ଗ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଅନ୍ୟମାନେ ରୋଷେଇ କରୁଥିଲେ। ଗୌରବ ଓ ତା’ର ଚାରି ସାଙ୍ଗ ଗଭୀର ଜଳପ୍ରପାତରେ ଗାଧୋଉଥିବାବେଳେ ପଥରରେ ଗୋଡ଼ ଖସିଯିବାରୁ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରିଦିନ ଅର୍ଥାତ୍‌ ୭ ତାରିଖରୁ ଗୁରୁଣ୍ଡିଆ ଓ ଲହୁଣିପଡା ଅଗ୍ନିଶମ କର୍ମଚାରୀ ପରିବାର ଲୋକଙ୍କ ଉପସ୍ଥିତିରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟଜାରି ରଖିଥିଲେ। ୭ ଦିନ ଖୋଜିବା ପରେ ମଧ୍ୟ ଗୌରବଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷ ଦିନରେ ଓଡ୍ରାଫ୍ଟ ଟିମ୍‌ ମଧ୍ୟ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଜଳପ୍ରପାତ ଚତୁଃପାର୍ଶ୍ବରେ ରହୁଥିବା ଗ୍ରାମ ଓ ବସ୍ତିବାସିନ୍ଦାଙ୍କୁ ସୂଚନା ଦେଇ ଉଦ୍ଧାର କାର୍ଯ୍ୟବନ୍ଦ ରଖିଥିଲେ। ନିଖୋଜ ପୁଅକୁ ନ ପାଇ ବାପା-ମା ଓ ତାଙ୍କ ପରିବାର କାନ୍ଦି କାନ୍ଦି ଘରକୁ ଫେରି ଯାଇଥିଲେ। ଗତ ୬ ଦିନ ତଳେ କାଂଶବାହାଲର କିଛି ପିଲା ବାଦଲଗିରି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେମାନେ ଜଳପ୍ରପାତରେ ଶବ ଭାସୁଥିବା ଦେଖି ଭିତରକୁ ନଯାଇ ଫେରି ଆସିଥିଲେ। ପାଖଆଖ ଲୋକଙ୍କୁ ଶବ ଭାସୁଥିବା ସମ୍ପର୍କରେ ଜଣାଇଥିଲେ। ଦୁଇ ଦିନ ତଳେ କେହି ଜଣେ ଲୋକ ତାଙ୍କ ପରିବାର ଓ ଥାନାକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe