ଗୋହିଳା ନାଳରୁ ଶିକ୍ଷକଙ୍କ ଶବ ଉଦ୍ଧାର, ଗତକାଲି ଠାରୁ ନିଖୋଜ ଥିଲେ

Advertisment

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାବଡା ରୁ କୁଣ୍ଡାଝୁରୀ ମଧ୍ୟରେ ଥିବା ଗୋହିରା ନାଳରୁ ଆଜି ଜଣେ ସହକାରୀ ଶିକ୍ଷକଙ୍କ ଶବ ଉଦ୍ଧାର ହୋଇଛି । ସେ ହେଲେ କୁଣ୍ଡାଝୁରୀ ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ଅକ୍ରୁର ଭୋଇ(୪୮)।

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାବଡା ରୁ କୁଣ୍ଡାଝୁରୀ ମଧ୍ୟରେ ଥିବା ଗୋହିରା ନାଳରୁ ଆଜି ଜଣେ ସହକାରୀ ଶିକ୍ଷକଙ୍କ ଶବ ଉଦ୍ଧାର ହୋଇଛି । ସେ ହେଲେ କୁଣ୍ଡାଝୁରୀ ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ଅକ୍ରୁର ଭୋଇ(୪୮)।

Dead

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାବଡା ରୁ କୁଣ୍ଡାଝୁରୀ ମଧ୍ୟରେ ଥିବା ଗୋହିରା ନାଳରୁ ଆଜି ଜଣେ ସହକାରୀ ଶିକ୍ଷକଙ୍କ ଶବ ଉଦ୍ଧାର ହୋଇଛି । ସେ ହେଲେ କୁଣ୍ଡାଝୁରୀ ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ଅକ୍ରୁର ଭୋଇ(୪୮)।

ଅକ୍ରୁର ଭୋଇ ଗତକାଲି ରେଙ୍ଗାଳବେଡ଼ା ୟୁପି ସ୍କୁଲକୁ ଏକ ମିଟିଙ୍ଗରେ ଯୋଗ ଦେବାକୁ ଆସିଥିଲେ।ଆଉ ଘରକୁ ଫେରି ନ ଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ।ତେବେ ଆଜି ଗୋହିରା ନାଳରୁ ଶବ ଉଦ୍ଧାର ହୋଇଛି।ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ଅକ୍ରୁର ଭୋଇ ଗତକାଲି ରେଙ୍ଗାଳବେଡ଼ା ୟୁପି ସ୍କୁଲକୁ ଏକ ମିଟିଙ୍ଗରେ ଯୋଗ ଦେବାକୁ ଆସିଥିଲେ।ଆଉ ଘରକୁ ଫେରି ନ ଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ।ତେବେ ଆଜି ଗୋହିରା ନାଳରୁ ଶବ ଉଦ୍ଧାର ହୋଇଛି।ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନ ସମୟରେ ଚାଲି ଚାଲି ଫେରିବା ସମୟରେ କିଛି ଜନସାଧାରଣ ଦେଖାଇଥିଲେ। ଲଗାଣ ବର୍ଷା ଯୋଗୁଁ ଗୋହିରା ନାଳରେ ୩ ରୁ ୪ ଫୁଟ୍ ପାଣି ବୋହୁଛି। ଉକ୍ତ ନାଳରେ ଭାସିଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୁଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ। ଅକ୍ରୁର ଭୋଇଙ୍କ ମା,ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି। ୨୦୦୮ ମସିହାରୁ ସେ ଶିକ୍ଷକତା ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe