ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ବିଜାଡିହି ନିକଟ ଜମିର ଏକ ବୁଦାମୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୁହଁ, ଦେହରେ କାଦୁଅ ଲାଗିଥିବାବେଳେ ତାଙ୍କୁ କେହି ହତ୍ଯା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୁଲିସ।
ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ କିଏ, ଯଦି ହତ୍ଯା ହୋଇଛି, କିଏ ତାଙ୍କୁ ହତ୍ଯା କରି ଏଠାରେ ପକାଇ ଦେଇଛି। ତାହା ଜଣା ପଡ଼ିନାହିଁ।
Follow Us