କାମାକ୍ଷାନଗର: ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ମଝିସାହିରେ। ଗ୍ରାମରେ ଥିବା ଗୋଟିଏ କୂଅରେ ମଝିସାହି ବାସିନ୍ଦା ବାସନ୍ତୀ ରାଉତଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି।
ଆଜି ସକାଳ ସମୟରେ ସାହି ବାସିନ୍ଦା କୂଅରୁ ପାଣି ନେବା ପାଇଁ ଆସିବା ସମୟରେ ମହିଳାଙ୍କ ଶରୀର ଭାସୁଥିବାର ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ପାଇବା ପରେ ଘଟଣା ସ୍ଥଳରେ ଭୁବନ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Follow Us