ଯାଜପୁର: ଯାଜପୁର ବୈତରଣୀ ନଦୀର ପାଟପୁର ବାଲିଘାଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ମଟକା ମୁଣ୍ଡା(୩୦)। ସେ ନିଜ ସମ୍ପର୍କୀୟଙ୍କ ପାଖରେ ରହି ମୁଲ ମଜୁରୀ କରୁଥିଲେ।
ସୂଚନା ଅନୁଯାୟୀ ଆଜି ସକାଳେ ବୈତରଣୀ ନଦୀର ପାଟପୁର ବାଲିଘାଟରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଦେହରେ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଦେଖି ଯାଜପୁର ଟାଉନ୍ ଥାନାକୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟାଉନ୍ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି।
Follow Us