ବସ୍ତା: ବାଲେଶ୍ବର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ କାଣ୍ଡଗାଁ ନିକଟ ସୁବର୍ଣ୍ଣରେଖା ନଦୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଆଜି ସକାଳ ସମୟରେ ଯୁବକଜଣକ ସୁବର୍ଣ୍ଣରେଖା ନଦୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖି ସିଂଲା ଥାନାକୁ ଖବର ଦେଇଥିଲେ। ପରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।
ତେବେ ଯୁବକ ବନ୍ୟାରେ ଭାସି ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗିଛନ୍ତି, ତାହାର ତଦନ୍ତ ଚଳାଇଛି ପୁଲିସ।
Follow Us