ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଦୋକାନ ବାରଣ୍ଡାରୁ ମୃତଦେହ ଉଦ୍ଧାର

Advertisment

ଘଷିପୁରା ବ୍ଲକ ତଳଗାଁର ସୁରେନ୍ଦ୍ର ମହାକୁଡଙ୍କ ପୁଅ ବିପିନ (୨୫)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ହରିଚନ୍ଦନପୁର ହାଟତୋଟା ନିକଟରେ ଥିବା ଟୁକ ବ୍ରହ୍ମଙ୍କ ସାଇକେଲ ଦୋକାନ ବାରଣ୍ଡାରୁ ବିପିନଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। 

ଘଷିପୁରା ବ୍ଲକ ତଳଗାଁର ସୁରେନ୍ଦ୍ର ମହାକୁଡଙ୍କ ପୁଅ ବିପିନ (୨୫)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ହରିଚନ୍ଦନପୁର ହାଟତୋଟା ନିକଟରେ ଥିବା ଟୁକ ବ୍ରହ୍ମଙ୍କ ସାଇକେଲ ଦୋକାନ ବାରଣ୍ଡାରୁ ବିପିନଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। 

vgh

ହାଟଡିହି: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତଳଗାଁର ସୁରେନ୍ଦ୍ର ମହାକୁଡଙ୍କ ପୁଅ ବିପିନ (୨୫)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ହରିଚନ୍ଦନପୁର ହାଟତୋଟା ନିକଟରେ ଥିବା ଟୁକ ବ୍ରହ୍ମଙ୍କ ସାଇକେଲ ଦୋକାନ ବାରଣ୍ଡାରୁ ବିପିନଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। 

ଶ୍ରୀ ବ୍ରହ୍ମ ଗତକାଲି ସକାଳେ ଦୋକାନ ଖୋଲିବାକୁ ଯାଇଥିବାବେଳେ ତାଙ୍କ ଦୋକାନ ବାରଣ୍ଡାରେ ବିପିନ ଶୋଇଥିବାବେଳେ ତାଙ୍କ ପ୍ଲାଷ୍ଟିକ ବ୍ୟାଗ, ଚଷମା ,ଚପଲ ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା ।  ଏ ସଂପର୍କରେ ସେ ହରିଚନ୍ଦନପୁର ଥାନାକୁ ଜଣାଇଥିଲେ। ବିପିନ ଗତକାଲି ସନ୍ଧ୍ୟାରେ ଅନ୍ୟ ଦୁଇଜଣ ସାଙ୍ଗ ସହ ହରିଚନ୍ଦନପୁର ଆସିଥିଲା। ଥାନାର ଏସଆଇ କଳ୍ପତରୁ ନାୟକ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି। ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିପିନଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ବ୍ୟବସାୟୀ ଶ୍ରୀ ବ୍ରହ୍ମ ଗତକାଲି ସକାଳେ ଦୋକାନ ଖୋଲିବାକୁ ଯାଇଥିବାବେଳେ ତାଙ୍କ ଦୋକାନ ବାରଣ୍ଡାରେ ବିପିନ ଶୋଇଥିବାବେଳେ ତାଙ୍କ ପ୍ଲାଷ୍ଟିକ ବ୍ୟାଗ, ଚଷମା ,ଚପଲ ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା ।  ଏ ସଂପର୍କରେ ସେ ହରିଚନ୍ଦନପୁର ଥାନାକୁ ଜଣାଇଥିଲେ। ବିପିନ ଗତକାଲି ସନ୍ଧ୍ୟାରେ ଅନ୍ୟ ଦୁଇଜଣ ସାଙ୍ଗ ସହ ହରିଚନ୍ଦନପୁର ଆସିଥିଲା। ଥାନାର ଏସଆଇ କଳ୍ପତରୁ ନାୟକ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି। ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିପିନଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe