ମୟୂରଭଂଜ: ଦୁର୍ଘଟଣାଗ୍ରସ୍ତ ଟ୍ରଲରରୁ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣୀ ଘାଟୀରେ ମଙ୍ଗଳବାର ଏକ ଟ୍ରଲର ବ୍ରେକ୍‌ ଫେଲ ଯୋଗୁଁ ଘାଟୀର ୫୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଟ୍ରଲର ମଧ୍ୟରେ ଚାପି ରହିଥିଲେ। ରାତିରେ ଉଦ୍ଧାର କାର୍ଯ୍ୟ ହୋଇ ନ ପାରିବାରୁ ବୁଧବାର ବାଙ୍ଗିରିପୋଷି ପୁଲିସ ଉଦ୍ୟମରେ ୪୮ ଘଣ୍ଟା ପରେ ମୃତଦେହକୁ ଉଦ୍ଧାର କରାଯାଇଛି।

ଦୁଃଖର ବିଷୟ ଯେ, ଗାଡିର ମ୍ୟାନେଜର ଦୁର୍ଘଟଣା ସ୍ଥଳକୁ ପରିଦର୍ଶନ କରିଥିଲେ ମଧ୍ୟ ଚାପି ହୋଇ ମୃତ୍ୟୁ ବରଣ କରିଥିବା ମୃତଦେହଟି ଡ୍ରାଇଭର କି ହେଲପର କହିପାରି ନାହାନ୍ତି। ଗୁରୁତର ଯୁବକ ଜଣକ ନିଜକୁ ହେଲପର କହୁଥିବା ବେଳେ ମୃତ ଯୁବକ ମଧ୍ୟ ହେଲପର ବୋଲି ମ୍ୟାନେଜର କହୁଛନ୍ତି। ଡ୍ରାଇଭର କିଛି ଦୂରରୁ ଡେଇଁ ପଡିଥିବା କହିଛନ୍ତି। ସେହି ସମୟରେ ଅନ୍ୟ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କ୍ରେନ ଯୋଗେ ଉଠାଯାଉଥିଲା।

ଡ୍ରାଇଭର ଡେଇଁ ପଡିବା କେହି କାହିଁକି ଦେଖି ପାଥିଲେ ନାହିଁ ତାହା ତଦନ୍ତ ସାପେକ୍ଷ। ହୁଏତ ମୃତ ଯୁବକଙ୍କ ଡ୍ରାଇଭିଂ ଲାଇସେନ୍‌ସ ନ ଥିବାରୁ ଏପରି ଘଟଣାକୁ ଚପାଇବାର ଅପଚେଷ୍ଟା କରାଯାଇଥାଇ ପାରେ ବୋଲି ସଂଦେହ ଦୃଢୀଭୂତ ହୋଇଛି। ମୃତ ଯୁବକର ଘର କୋଲକାତା ଏବଂ ତାଙ୍କର ନାମ ସଂଜୟ କିୱାଟ(୨୮) ବୋଲି ଜଣାପଡିଛି। ଟ୍ରଲରେ ଥିବା ଆଲୁମିନୟମ ପିସ ଗୁଡିକ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe