କେନାଲରୁ ଗଳିତ ଶବ ଉଦ୍ଧାର 

Advertisment
ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ଚିପିଲିମା: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡି ଅଧୀନ ଚିପିଲିମା ପାୱାର କେନାଲରେ ଏକ ଗଳିତ ଶବକୁ ଉଦ୍ଧାର କରାଯାଇଛି। ମୃତକ ହେଲେ ବୁର୍ଲା ସଦେଇପାଲି ଗ୍ରାମର ରଘୁ ନାଏକ (୫୦) । ଏହି ଶବକୁ ଦେଖି ସ୍ଥାନୀୟ ଲୋକେ  ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁର୍ଲା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବୁର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଉଦ୍ଧାର କରିଛି।

ସୂଚନା ଅନୁସାରେ ଗତ ଗୁରୁବାର ବୁର୍ଲା ସଦେଇପାଲି ଗ୍ରାମର ରଘୁ ନାଏକ (୫୦) ବୁର୍ଲା ପାୱାର କେନାଲକୁ ସକାଳେ ଗାଧୋଇବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ଦୀର୍ଘ ସମୟଧରି ଘରକୁ ନ ଆସିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରିବାର ଲୋକେ ନ ପାଇବାରୁ ବୁର୍ଲା ଥାନାରେ ଏକ  ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୁଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଶନିବାର ଚିହ୍ନଟ କରିବା ପାଇଁ ଡ଼କାଯାଇଥିଲା। ପରିବାର ଲୋକେ ଶବ ଚିହ୍ନଟ କରି ନିଜ ପରିବାରର ସଦସ୍ୟ ବୋଲି କହିଥିଲେ। ଶବ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe