ସୁକିନ୍ଦା/କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ମାଟିଗାଡ଼ିଆ ଗାଁର ସାଇକଲ୍ ମେକାନିକ୍ ଦଶରଥ ବେହେରା(୬୦)ଙ୍କ ଗଳାକାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ରାସ୍ତାକଡ଼ରେ ପିଙ୍ଗି ଦିଆଯାଇଛି। ଘର ଠାରୁ ପାଖାପାଖି ୨ଶହ ମିଟର ଦୂର ଗାଁର ଚାରିଛକ କଡ଼ ରାସ୍ତା କଡ଼ରେ ଆଜି ଦଶରଥଙ୍କ ମୃତଦେହ ଠାବ କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତାଙ୍କ ଗଳା ପଛପଟୁ କଟୁରି କିମ୍ବା ଟାଙ୍ଗିଆରେ ଚୋଟ ପକାଯାଇଥିବା କୁହାଯାଉଛି।
ଏସ୍ପି ଯଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଏଏସ୍ପି ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀ ସଦଳବଳ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତଙ୍କ ପାଖେ ପହଞ୍ଚିବା ଉଦ୍ୟମ ଜାରି ରଖିଛନ୍ତି। ସେହିପରି ଯାଜପୁର ଫୋରେନ୍ସିକ୍ ସାଇନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ବ୍ୟାପକ କରିଛନ୍ତି। ମୃତଦେହ ପାଖରୁ ଏକ ଚେକ୍ ଗାମୁଛା ଉଦ୍ଧାର କରାଯାଇଛି।
ଏସବୁ ବି ପଢିପାରିବେ: Trump Praise Modi: ସେ ଜଣେ ଚମତ୍କାର ବ୍ୟକ୍ତି, ଜଣେ ବନ୍ଧୁ : ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ, ନୂଆ ଚୁକ୍ତି ସମ୍ପର୍କରେ ଦେଲେ ସୂଚନା
ଦଶରଥ ଏକ ଛୋଟ ଦୋକାନ ଖୋଲି ସାଇକଲ୍ ମରାମତି କରି ଚଳୁଥିଲେ। କିଛିବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଦୋକାନ ଓ ଘର ଚଳାଇବାରେ ୨ ପୁଅ ଅଶୋକ ଓ ବିନାଶ ତାଙ୍କୁ ସହାୟତା କରୁଥିଲେ। ସେ ଏକ ନୂଆ ଘର ତୋଳୁଥିଲେ। ଆଜି ବଡ଼ିଭୋର ଉଠି ନିର୍ମାଣାଧୀନ ଘର କାନ୍ଥ ଓ ସିମେଣ୍ଟ୍ କଂକ୍ରିଟ୍ରେ ପାଣି ପକାଇବା(କିଓରିଂ) ପାଇଁ ଯାଉଥିଲେ। ଏହି ସମୟରେ କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ୨ ପୁଅ ଅଭିଯୋଗ କରନ୍ତି। ତେବେ ଗାଁରେ କିମ୍ବା ଆଖପାଖରେ ତାଙ୍କର କେହି ଶତ୍ରୁ ନଥିବା କହନ୍ତି ୨ ପୁଅ ଓ ପାଖ ପଡ଼ୋଶୀ। ଯାହାକି ପୁଲିସ ପାଇଁ ଅଭିଯୁକ୍ତ ଚିହ୍ନଟ ଚ୍ୟାଲେଞ୍ଜ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/19/dead-2025-10-19-19-37-58.jpg)