Deadbody Found: ସାଙ୍ଗର ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର

Advertisment

ସାଙ୍ଗର ବରଯାତ୍ରୀ ପାଇଁ ଘରେ କହି ଯୁବକ ଜଣକ ବାହାରିଥିଲା। ହେଲେ ସକାଳେ ଗାଁ ପାଖ ରେଳ ଲାଇନରେ ମୃତଦେହ ମିଳିଲା। ଏଭଳି ଏକ ଦୁଃଖଦ ଘଟଣା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି |

ସାଙ୍ଗର ବରଯାତ୍ରୀ ପାଇଁ ଘରେ କହି ଯୁବକ ଜଣକ ବାହାରିଥିଲା। ହେଲେ ସକାଳେ ଗାଁ ପାଖ ରେଳ ଲାଇନରେ ମୃତଦେହ ମିଳିଲା। ଏଭଳି ଏକ ଦୁଃଖଦ ଘଟଣା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି |

Dead

Young man died in accident Photograph: (sambad.in)

କଣ୍ଟାବାଞ୍ଜି: ସାଙ୍ଗର ବରଯାତ୍ରୀ ପାଇଁ ଘରେ କହି ଯୁବକ ଜଣକ ବାହାରିଥିଲା। ହେଲେ ସକାଳେ ଗାଁ ପାଖ ରେଳ ଲାଇନରେ ମୃତଦେହ ମିଳିଲା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ। ଆଜି ସକାଳୁ ସକାଳୁ ଘନାମହୁଲ ଗାଁ ରେଳ ଫାଟକ ପାଖ ରେଳ ଲାଇନରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।।

ଯୁବକ ଜଣକ ବାନ୍ଧନପାଲି ଗାଁର ଭକ୍ତରାମ ମାଝି(୧୯) ବୋଲି ପରିଚୟ ମିଳିଛି। ଭକ୍ତରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ପରିବାର ଲୋକ ଭକ୍ତରାମଙ୍କୁ ହତ୍ୟା କରି ରେଳ ଲାଇନରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି। ଭକ୍ତରାମ ଘରୁ ବାଇକରେ ଆସିଥିବା ବେଳେ ବର୍ତ୍ତମାନ ବାଇକ ମଧ୍ୟ ମିଳିନାହିଁ। କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ ସହ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

ଅନ୍ୟପଟେ ମୃତକଙ୍କ ବାପା ନୀଳାଞ୍ଚଳ ମାଝୀ ଏହା ଆତ୍ମହତ୍ୟା ନୁହେଁ ବରଂ କେହି ହତ୍ୟା କରି ପରେ ରେଳବାଇ ଟ୍ରାକରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe