ଜଗତସିଂହପୁର: ଭୂତମୁଣ୍ଡାଇ ନିକଟ ତାଳଦଣ୍ଡା କେନାଲ ପାର୍ଶ୍ୱ ଫୁଲବେଲାରି ଗାଁର ଏକ ଅଶ୍ବତଥ ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ମୃତ ଯୁବକ ହେଲେ ସେହି ଗାଁର କରୁଣାକର ବିଶ୍ବାଳ(୩୩) | ଖବର ପାଇ ଲକ୍ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ, ପାରାଦୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର, ସାଇଣ୍ଟିଫିକ୍ ଟିମ୍ ସହୀୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି |
ଗଛର ପ୍ରାୟ ୨୦ ଫୁଟ ଉପରୁ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଉଦ୍ଧାର କରାଯାଇଛି | ପୁଲିସ ସୂଚନା ଅନୁସାରେ, କରୁଣାକର ଜଣେ ଟ୍ରକ ଡ୍ରାଇଭର ଭାବେ କାମ କରୁଥିଲେ | ସେ ବିବାହିତ ହୋଇଥିବା ବେଳେ ତାଙ୍କର ପ୍ରାୟ ୧୦ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛନ୍ତି।
ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ଯା ବୋଲି ପୁଲିସ ଅନୁମାନ କରୁଛି। ଆଜି ସକାଳୁ ସେ ଘରୁ ଆସିଥିଲେ। ନିୟମିତ ତାଳଦଣ୍ଡା କେନାଲକୁ ଶୌଚ ପାଇଁ ଆସନ୍ତି। ପୂର୍ବାହ୍ନ ପ୍ରାୟ ୯ଟାରେ କିଛି ଲୋକ କେନାଲ ପାଖକୁ ଯିବା ସମୟରେ କରୁଣାକରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସକୁ ଖବର ଦେବା ପରେ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କେଉଁ ପରିସ୍ଥିତିରେ ଆତ୍ମହତ୍ଯା କଲେ ତାହା ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ କାରଣ ଜଣାପଡିବ ବୋଲି ପୁଲିସ କହିଛି।
Follow Us