ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଡିଏନକେର ବିଶିଷ୍ଟ ବ୍ୟବସାୟୀ କାବୁଲ ଚାନ୍ଦଙ୍କ ସାନ ବୋହୂଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଉମରକୋଟର ଶିଶୁ ମନ୍ଦିର ସାହି ରାସ୍ତାରେ ଥିବା ବାସଭବନରୁ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଉମରକୋଟ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ଭାବେ ଜଣାପଡ଼ିନଥିବାବେଳେ ମହିଳାଙ୍କ ପରିବାର ଲୋକ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ଉମରକୋଟ ପୋଲିସ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ କାବୁଲ ଚାନ୍ଦଙ୍କ ସାନ ପୁଅ ଅନୁପମ ଚାନ୍ଦ ୨୦୨୪ ମସିହା ଜୁଲାଇ ମାସରେ ବଙ୍ଗୀୟ ରୀତିନୀତି ଅନୁସାରେ ରାଇଘର ନିକଟସ୍ଥ ପାରୁଆ ଗ୍ରାମ ପଞ୍ଚାୟତର ଛତାବେଡା ଗ୍ରାମର ପ୍ରଭାସ କୁମାର ମିସ୍ତ୍ରୀଙ୍କ ଝିଅ ସଞ୍ଜନା ମିସ୍ତ୍ରୀ ୨୫ ବର୍ଷ ସହ ବିବାହ ଅନୁଷ୍ଠିତ ହୋଇଥିଲା।
ସଞ୍ଜନା ସରକାରୀ ୟୁଜି ହାଇସ୍କୁଲ ବଡ଼ବାସିନୀଠାରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ସଞ୍ଜନାଙ୍କ ପିତା ପ୍ରଭାସଙ୍କ ଅଭିଯୋଗ ଅନୁସାରେ ବିବାହର ୧୦ ଦିନ ପରଠାରୁ ସଞ୍ଜନାଙ୍କ ସ୍ବାମୀ ଅନୁପମ ଚାନ୍ଦ, ଶ୍ଵଶୁର କାବୁଲ ଚାନ୍ଦ, ଶାଶୂ ଶାନ୍ତି ଚାନ୍ଦ, ଦେଢଶୁର ରୁପମ ଚାନ୍ଦ ,ଅନୁପମର ମାଉସୀ ଜୟା ମଣ୍ଡଳ ସମସ୍ତେ ମିଶି ଏକ କାର ଯୌତୁକରେ କାହିଁକି ଆଣିଲୁ ନାହିଁ ବୋଲି ନିୟମିତ ଭାବେ ନିର୍ଯାତନା ଦେଇ ଆସୁଥିଲେ।
ଆହୁରି ପଢନ୍ତୁ: Mobile Phone Hacking: ଆପଣଙ୍କ ଫୋନକୁ ଆଉ କେହି କଣ୍ଟ୍ରୋଲ କରୁନାହାନ୍ତି ତ! ଜାଣନ୍ତୁ କେଉଁ ସବୁ ସଙ୍କେତ ଦେଖିଲେ ଜାଣିବେ
ତେବେ ୩/୧/୨୬ ତାରିଖ ଦିନ ସନ୍ଧ୍ୟା ସମୟରେ ସଞ୍ଜନା ତାଙ୍କ ଦାଦା ପ୍ରଦୀପ କୁମାର ମିସ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ତୁରନ୍ତ ମୋତେ ଏଠାରୁ ନେଇଯାଅ ନ ହେଲେ ଏମାନେ ସମସ୍ତେ ମିଶିକି ମାରିଦେବେ ବୋଲି କହିଥିଲେ। ତେବେ ଆଜି ସକାଳେ ସେମାନେ ଖବର ପାଇଥିଲେ ଯେ ସଞ୍ଜନାଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢନ୍ତୁ: Accident: ୫ଜଣିଆ ପରିବାରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍, ୩ଜଣଙ୍କ ମୃତ୍ୟୁ
ଅପର ପକ୍ଷରେ ଯୌତୁକ ନିର୍ଯାତନା ଅଭିଯୋଗକୁ ଶ୍ୱଶୁର କାବୁଲ ଚାନ୍ଦ ଅସ୍ବୀକାର କରିଛନ୍ତି | ତେବେ ସଞ୍ଜନାଙ୍କ ପିତା ପ୍ରଭାସ ମିସ୍ତ୍ରୀ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାବୁଲଙ୍କ ସାନ ପୁଅ ଅନୁପମ ଚାନ୍ଦକୁ ଉମରକୋଟ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଜି ସନ୍ଧ୍ୟାରେ ମୃତ ଶିକ୍ଷୟତ୍ରୀଙ୍କ ମର ଶରୀରକୁ ଉମରକୋଟ ହସ୍ପିଟାଲରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଘଟଣାକୁ ନେଇ ସମଗ୍ର ଉମରକୋଟରେ ଏକ ଆଲୋଚନାର ବିଷୟ ପାଲଟିଛି। ଉମରକୋଟ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି ବୋଲି ଇନ୍ସପେକ୍ଟର ଶିବଜି ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/04/untitled-15-2026-01-04-19-08-07.jpg)