ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ପାଟଣାଗଡ଼ ଗଙ୍ଗାସାଗର ଗାଁ ନିକଟ ଗଡ଼ିଆଜୋରକୁ ଯିବା ରାସ୍ତା ନିକଟରେ ଜୀବନ ହାରିଛନ୍ତି ଜଣେ ଯୁବକ। ଉକ୍ତ ଗାଁ ପାଖ ଏକ ଆମ୍ବ ଗଛରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ପାଟଣାଗଡ଼ ଗଙ୍ଗାସାଗର ଗାଁ ନିକଟ ଗଡ଼ିଆଜୋରକୁ ଯିବା ରାସ୍ତା ନିକଟରେ ଜୀବନ ହାରିଛନ୍ତି ଜଣେ ଯୁବକ। ଉକ୍ତ ଗାଁ ପାଖ ଏକ ଆମ୍ବ ଗଛରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

dead body

dead body Photograph: (sambad.in)

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଗଙ୍ଗାସାଗର ଗାଁ ନିକଟ ଗଡ଼ିଆଜୋରକୁ ଯିବା ରାସ୍ତା ନିକଟରେ ଜୀବନ ହାରିଛନ୍ତି ଜଣେ ଯୁବକ। ଉକ୍ତ ଗାଁ ପାଖ ଏକ ଆମ୍ବ ଗଛରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସୁରେନ୍ଦ୍ର ବରିହା(୪୮) ଘରୁ ବାଇକ ଧରି ନିଜ ଜମି ପଟକୁ ଯାଇଥିଲେ। ହେଲେ ଯୁବକ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। ଖୋଜାଖୋଜି କରିବା ସମୟରେ ନିଜ ଜମି ନିକଟରେ ଥିବା ଏକ ଆମ୍ବ ଗଛରେ ସୁରେନ୍ଦ୍ରଙ୍କ ମୃତଦେହ ଓଢଣୀରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ପାଟଣାଗଡ଼ ଥାନାକୁ ଜଣାଇଥିଲେ। 

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ଗାଁର ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ବଡ଼ପୁଅ ସୁରେନ୍ଦ୍ର ବରିହା(୪୮) ଘରୁ ବାଇକ ଧରି ନିଜ ଜମି ପଟକୁ ଯାଇଥିଲେ। ହେଲେ ଯୁବକ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। ଖୋଜାଖୋଜି କରିବା ସମୟରେ ନିଜ ଜମି ନିକଟରେ ଥିବା ଏକ ଆମ୍ବ ଗଛରେ ସୁରେନ୍ଦ୍ରଙ୍କ ମୃତଦେହ ଓଢଣୀରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ପାଟଣାଗଡ଼ ଥାନାକୁ ଜଣାଇଥିଲେ। 

ସୂଚନା ପାଇ ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ନେଇ ଥାନାଧିକାରୀ ହରିବନ୍ଧୁ ଗଡ଼ତିଆ କହିଛନ୍ତି। 

Odisha | Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe