ସୁନ୍ଦରଗଡ଼ : ରସରାଜପୁର ବିଶ୍ରାମ ଗୃହରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବନ୍ତଳା: ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

Representative image

ସୁନ୍ଦରଗଡ଼ : ସଦରଥାନା ରସରାଜପୁରର ଏକ ବିଶ୍ରାମ ଗୃହରୁ ଆଜି ସକାଳୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ବୃଦ୍ଧା ଜଣକ କିଛି ଦିନ ହେଲା ଭିକ ମାଗି ବିଶ୍ରାମ ଗୃହରେ ଆଶ୍ରୟ ନେଇଥିଲେ । ସବୁଦିନ ପରି ଗତକାଲି ମଧ୍ୟ ବାହାରୁ ଭିକ ମାଗି ସନ୍ଧ୍ୟାରେ ବିଶ୍ରାମ ଗୃହକୁ ଫେରିଥିଲେ । କିନ୍ତୁ ଆଜି ସକାଳେ ସେ ଆଉ ଉଠି ନଥିଲେ। ଗାଁର କିଛି ଲୋକେ ସନ୍ଦେହରେ ତାକୁ ଉଠାଇବାକୁ ଗଲା ବେଳେ ସେ ମରି ପଡ଼ିଥିବା ଦେଖା ଯାଇଥିଲା । ଏହା ପରେ ଲୋକେ ପୁଲିସକୁ ସୂଚନା ଦେବା ପରେ ଥାନାଧିକାରୀ ରମେଶଚନ୍ଦ୍ର ମାହାନା ଆସି ଶବକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଶବ ଗୃହରେ ରଖିଛନ୍ତି । ବୃଦ୍ଧାଙ୍କ ପରିଚୟ ମିଳି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe