ରାସ୍ତାକଡ଼ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment

ସୁନ୍ଦରଗଡ ସଦରଥାନା ରସରାଜପୁର ନିକଟ ରାସ୍ତାକଡ଼ ଜଙ୍ଗଲର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରସରାଜପୁରର ଆକାଶ ମିଞ୍ଜ ଓରଫ ବାଲକୋ (୨୫)।

ସୁନ୍ଦରଗଡ ସଦରଥାନା ରସରାଜପୁର ନିକଟ ରାସ୍ତାକଡ଼ ଜଙ୍ଗଲର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରସରାଜପୁରର ଆକାଶ ମିଞ୍ଜ ଓରଫ ବାଲକୋ (୨୫)।

Dead

ସୁନ୍ଦରଗଡ଼: ସୁନ୍ଦରଗଡ ସଦରଥାନା ରସରାଜପୁର ନିକଟ ରାସ୍ତାକଡ଼ ଜଙ୍ଗଲର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରସରାଜପୁରର ଆକାଶ ମିଞ୍ଜ ଓରଫ ବାଲକୋ (୨୫)। ପାରିବାରିକ କଳହକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି। ବାଲକୋ ଗାଡ଼ି ଚାଳକ ଭାବେ କାମ କରେ । କିଛି ଦିନ ପୂର୍ବେ ଜଣେ ଯୁବତୀକୁ ପ୍ରେମ ବିବାହ କରି ଘରକୁ ଆଣିଥିଲା। ତାକୁ ନେଇ ଘରେ ପ୍ରତିଦିନ କଳହ ଲାଗେ ।

ଗତକାଲି ଘର ଲୋକଙ୍କ ସହିତ ବହୁତ ଜୋର ଝଗଡ଼ା ହେଲା ପରେ ଯାଉଛି କୋଉଠି ଝୁଲି ପଡ଼ି ମରିଯିବି କହି ଘରୁ ବାହାରି ଯାଇଥିଲା । ଘର ଲୋକେ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ଆଜି ସକାଳୁ  ଗାଁର କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ଆକାଶର ଝୁଲନ୍ତା ମୃତଦେହକୁ ଦେଖି ପରିବାର ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe