Death In Centre: ନିଶା ଛାଡିବାକୁ ଆସିଥିଲେ, ଶବ ହୋଇ ଫେରିଲେ

Advertisment

ନିଶା ଛଡେଇବାକୁ ପରିବାର ଲୋକ ଛାଡିଥିଲେ, ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ | କଟକ ସଦର ଉରାଳୀ ସ୍ଥିତ ପ୍ରଗତୀ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି |

Updated On

ନିଶା ଛଡେଇବାକୁ ପରିବାର ଲୋକ ଛାଡିଥିଲେ, ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ | କଟକ ସଦର ଉରାଳୀ ସ୍ଥିତ ପ୍ରଗତୀ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି |

ଅଦ୍ୟତନ ହୋଇଛି
death

old man dies at brahmagiri Photograph: (sambad.in)

ଭୁବନେଶ୍ୱର: ନିଶା ଛଡେଇବାକୁ ପରିବାର ଲୋକ ଛାଡିଥିଲେ, ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ | କଟକ ସଦର ଉରାଳୀ ସ୍ଥିତ ପ୍ରଗତୀ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି | ଗାଧୁଆ ଘର ଭିତରେ ସାୱାରରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।

ମୃତ ବ୍ୟକ୍ତିଙ୍କ ନାମ ଯଶୋବନ୍ତ ଦାଶ, ସେ ନରାଜ ଗ୍ରାମର ହୋଇଥିବାବେଳେ ସେ ନିଶାସେବନ କରୁଥିବାରୁ ତାଙ୍କ ନିଶା ଛଡ଼େଇବା ପାଇଁ ପରିବାର ଲୋକ ଛାଡ଼ି ଥିଲେ। ହେଲେ ଆଜି ସେ ଆତ୍ମହତ୍ୟା କରିଥିବା ନେଇ କେନ୍ଦ୍ର ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କୁ କୁହାଯାଇଥିଲା | ତେବେ ପରିବାର ସଦସ୍ୟଙ୍କ କହିବା କଥା ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ |

 ଏବେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ଉଲ୍ଲେଖ ଥାଉ କି ଗତ ମାସକ ତଳେ ବାଲିକୁଦା ସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ପୁଣି କଟକ ସଦର ଉରାଳୀରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe