ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ, ହ୍ଵାଟସ୍‌ଅପ୍‌ରେ ମ୍ୟାସେଜ୍‌ ଆସିବା ପରେ ଥାନାରେ ଏତଲା

Advertisment
ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ, ହ୍ଵାଟସ୍‌ଅପ୍‌ରେ ମ୍ୟାସେଜ୍‌ ଆସିବା ପରେ ଥାନାରେ ଏତଲା

ଭୁବନେଶ୍ୱର: ବିଜୁ ଜନତା ଦଳର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ମିଳିଛି। ହ୍ଵାଟ୍‌ସ୍‌ଆପ୍‌ ମେସେଜ୍‌ ଜରିଆରେ ଅନୁଭବ ମହାନ୍ତିଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିନେତା ଅନୁଭବ ମହାନ୍ତି ବାଲିଘାଟ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମେସେଜରେ କେହି ଦୁବୃର୍ତ୍ତ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛ। ଆଉ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛ। ଅନୁଭବଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଚତୁର୍ଥ ପର୍ଯ୍ୟାୟରେ ଗତକାଲି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ନିର୍ବାଚନର ଠିକ୍‌ ଗୋଟିଏ ଦିନ ପରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ନେଇ ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। କିଏ ଏଭଳି କାଣ୍ଡ ଭିଆଇଛି, ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ। ତେବେ ତଦନ୍ତ ପରେ ସତ ସାମ୍ନାକୁ ଆସିବ। ଅନୁଭବ ମହାନ୍ତିଙ୍କୁ କିଏ ହତ୍ୟା ଧମକ ଦେଇଛି, ତାର ପର୍ଦ୍ଦାଫାସ ମଧ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe