ଭୁବନେଶ୍ୱର: ଶୀତର ଆଗମନ ସହିତ କୁହୁଡି ସୃଷ୍ଟି ହେବାକୁ ଲାଗିଥାଏ । ପ୍ରାୟତଃ ଶୀତଦିନେ କୁହୁଡି କାହିଁକି ହୋଇଥାଏ ତାହା ଆମ ମନକୁ ଆସିଥାଏ । କୁହୁଡ଼ିର ଚାଦରରେ ସତେ ଯେମିତି ସକାଳ ଉଭେଇଯାଏ ଓ ଦୂରକୁ କିଛି ଦେଖାଯାଏନାହିଁ। ତେବେ ଏହି ଘନ କୁହୁଡ଼ି କାହିଁକି ହୁଏ କେବେ ଆପଣ ଭାବିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହା ବାବଦରେ କହିବୁ | ବାସ୍ତବରେ ଏହା ପଛରେ ଅଛି ପ୍ରକୃତିର ସୂକ୍ଷ୍ମ ବୈଜ୍ଞାନିକ ପ୍ରକ୍ରିୟା।

Advertisment

ପ୍ରତିବର୍ଷ ଶୀତକାଳରେ କୁହୁଡ଼ି ଆସି ଜନଜୀବନକୁ ଧୀର କରିଦିଏ। ଶୀତକାଳ ଆସିଲେ ରାତି ଓ ସକାଳ ସମୟରେ କୁହୁଡ଼ି ଦେଖାଯିବା ସାଧାରଣ ଘଟଣା। କୁହୁଡ଼ି ହେଉଛି ବାୟୁମଣ୍ଡଳରେ ଥିବା ଅତ୍ୟନ୍ତ ସୂକ୍ଷ୍ମ ଜଳକଣା କିମ୍ବା ବରଫ କଣାର ସଞ୍ଚୟ, ଯାହା ଭୂମି ପୃଷ୍ଠ ନିକଟରେ ଦୃଶ୍ୟମାନତାକୁ କମାଇ ଦିଏ। ଏହା ମୁଖ୍ୟତଃ ସକାଳ ବେଳେ ରାସ୍ତା ଓ ଯାତାୟାତକୁ ପ୍ରଭାବିତ କରେ।

ଆହୁରି ପଢନ୍ତୁ:PCR Van Accident: ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଙ୍ଗ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୪ କର୍ମଚାରୀ

ବୈଜ୍ଞାନିକ କାରଣ କଣ?
ରାତିରେ ଭୂମି ତାହାର ତାପ ହରାଇ ଶୀତଳ ହେବା ସହ ବାୟୁର ତାପମାତ୍ରା ହ୍ରାସ ପାଏ। ଏହି ସମୟରେ ବାୟୁରେ ଥିବା ଜଳବାଷ୍ପ ଘନୀଭୂତ ହୋଇ ସୂକ୍ଷ୍ମ ଜଳକଣାରେ ପରିଣତ ହୁଏ। ଏହି ସୂକ୍ଷ୍ମ କଣାଗୁଡ଼ିକ ଭୂମି ପୃଷ୍ଠ ନିକଟରେ ଭାସି ରହି କୁହୁଡ଼ି ସୃଷ୍ଟି କରେ। ଯେତେ ଆର୍ଦ୍ରତା ଅଧିକ, କୁହୁଡ଼ି ସେତେ ଘନ ହୋଇଥାଏ।

ଆହୁରି ପଢନ୍ତୁ:Welcome 2026: ସ୍ବାଗତ ୨୦୨୬: ଝୁମିଲା ସହର, ବୋହିନେଲେ ୫୨୫ କ୍ବିଣ୍ଟାଲ୍‌ ଖାସି

ପ୍ରଦୂଷଣ ଯେତେ, କୁହୁଡ଼ି ସେତେ ଭାରୀ
ସହରୀ ଜୀବନରେ ପ୍ରଭାବ: ସହର ଅଞ୍ଚଳରେ ଧୂଳି, ଧୁଆଁ ଓ ଯାନବାହନର ଧୂଆଁ କୁହୁଡ଼ିକୁ ଅଧିକ ଘନ କରେ। ଏହି କଣାଗୁଡ଼ିକ ଜଳବାଷ୍ପକୁ ଧରି ରଖି କୁହୁଡ଼ିକୁ ଦୀର୍ଘ ସମୟ ରହିବାରେ ସାହାଯ୍ୟ କରେ, ଯାହା ‘ସ୍ମଗ୍’ରୂପ ନେଇ ସ୍ୱାସ୍ଥ୍ୟ ପାଇଁ ଆଶଙ୍କା ସୃଷ୍ଟି କରେ। କୁହୁଡ଼ି ଯୋଗୁଁ  ଯାତାୟାତ ବାଧାପ୍ରାପ୍ତ ହୁଏ ଓ ସଡକ ଦୁର୍ଘଟଣା ବଢିଥାଏ। ବିଶେଷଜ୍ଞମାନେ କୁହୁଡ଼ି ସମୟରେ ସତର୍କତା, ଧୀର ଗତି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ହିଁ ଏହାର ସର୍ବୋତ୍ତମ ସମାଧାନ ବୋଲି କୁହନ୍ତି।