ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି | ଆଉ ଏହି ଘନ କୁହୁଡିର ପ୍ରଭାବ ବିଜୁ ପଟ୍ଟନାୟକ ବିମାନବନ୍ଦର ଉପରେ ମଧ୍ୟ ପଡିଛି | ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ସମସ୍ୟା ଯୋଗୁଁ କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡିବାରେ ବି ସମସ୍ୟା ଉପୁଜିଛି |
ଏନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି | ୩ଟି ରାୟପୁର ଓ ୨ଟି କୋଲକାତାକୁ ଗତିପଥ ପରିବର୍ତ୍ତନ କରାଯାଇଛି | ଏହି ସବୁ ବିମାନ ମଧ୍ୟରୁ ୩ଟି ଦିଲ୍ଲୀ, ଗୋଟିଏ ଚେନ୍ନାଇ ଓ ଗୋଟିଏ ବାଙ୍ଗାଲୋରରୁ ଆସୁଥିଲା | ତେବେ ବିମାନ ଗତିପଥ ପରିବର୍ତ୍ତନ ହୋଇଥିଲେ ବି ଯାତ୍ରୀଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି |
ଆହୁରି ପଢନ୍ତୁ: Infant Died Of Diarrhoea: ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ନଳ ପାଣି ମିଶାଇଲା ମା’, ଚାଲିଗଲା ୫ମାସ ଶିଶୁର ଜୀବନ
ସେହିପରି ଦୃଶ୍ୟମାନରେ ସମସ୍ୟା ଯୋଗୁଁ ବିମାନ ଉଡାଣ ମଧ୍ୟ ବିଳମ୍ବିତ ହୋଇଛି | ମିଳିଥିବା ସୂଚନା ମୁତାବକ ସକାଳ ୬ଟାର ଡେରାଡୁନ୍ ବିମାନ ୧୦ଟାରେ ଯାଇଥିବାବେଳେ ଜୟପୁର-ଉତ୍କେଲା ବିମାନ ବିଳମ୍ବରେ ଉଡ଼ାଣ ଭରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/05/09/yTvfESOdExUO5wjuu0jB.png)