ନିଜକୁ ଫିଟ୍‌ ରଖିବା ପାଇଁ କଣ କରନ୍ତି ଦୀପିକା? ଜାଣିଛନ୍ତି କି?

ବଲିଉଡର ମସ୍ତାନୀଙ୍କ ଜନ୍ମଦିନ; ୩୯ ବର୍ଷରେ ପହଞ୍ଚିଲେ ଦୀପିକା ପାଦୁକୋନ । କିନ୍ତୁ ୩୯ ବର୍ଷ ହେଲା ବୋଲି ଦୀପିକା ଜଣାପଡନ୍ତି ନାହିଁ । କାରଣ ନିଜକୁ ଫିଟ୍‌ ରଖିବା ପାଇଁ ଏସବୁ କାମ କରନ୍ତି ଦୀପିକା । 

ଧୋନି ପୂର୍ବରୁ ରଖିଥିବା ଲମ୍ବା କେଶକୁ ଏହି ଅଭିନେତ୍ରୀଙ୍କ ଲାଗି ତ୍ୟାଗ କରିଥିଲେ!

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା ନାୟିକା ଦୀପିକା ପାଦୁକୋନ ୩୯ ବର୍ଷରେ ପାଦ ଥାପିଛନ୍ତି । ତାଙ୍କୁ ତାଙ୍କ ପ୍ରଶଂସକମାନେ ଅନୁସରଣ କରିବାକୁ ବେଶ୍‌ ପସନ୍ଦ କରନ୍ତି । କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ ।  ଦୀପିକା ପାଦୁକୋନଙ୍କ ଫିଟନେସ ପ୍ରତି ଟିକିଏ ଭିନ୍ନ ଆଭିମୁଖ୍ୟ ରହିଛି, ସେ ଫିଟ୍ ରହିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ନିଜକୁ ଫିଟ୍ ଏବଂ ସକ୍ରିୟ ରଖିବା ପାଇଁ ଦୀପିକା ଯୋଗକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଦୀପିକା ଯୋଗ ଏବଂ ଫିଟ୍ ଡାଏଟ୍ ମାଧ୍ୟମରେ ସୁସ୍ଥ, ସୁନ୍ଦର ରହିଛନ୍ତି । 

ସୂଚନା ମୁତାବକ, ଦୀପିକା ପାଦୁକୋନ ହାଲୁକା ବ୍ୟାୟାମ କରିବା ସହ ଅଧଘଣ୍ଟା ଚାଲନ୍ତି । ଏଥିସହ ସେ ସରଳ ଖାଦ୍ୟ ଯାହାକି ଘରେ ତିଆରି ଖାଦ୍ୟକୁ ଭଲ ପାଆନ୍ତି । ଦୀପିକାଙ୍କ ସକାଳ ଜଳଖିଆରେ କମ ଚର୍ବିଯୁକ୍ତ କ୍ଷୀର, ଉପମା, ଇଡ଼ିଲି, ଅଣ୍ଡା ଏବଂ ରାଭା ଆଦି ଦୈନନ୍ଦିନ ଖାଦ୍ୟର ଏକ ଅଂଶ ରହିଥାଏ । ଏହାପରେ ଦୀପିକା ମଧ୍ୟାହ୍ନ ଭୋଜନରେ ରୁଟି, ସବୁଜ ପନିପରିବା, ଗ୍ରିଲ ମାଛ ଏବଂ ସାଲାଡ ଉପଭୋଗ କରିଥାନ୍ତି ।  

ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ବଲିଉଡକୁ ଦେଇ ଚାଲିଛନ୍ତି।  ’ଓମ୍ ଶାନ୍ତି ଓମ୍' ପରେ ସେ ବଲିଉଡରେ ବେଶ୍ ପରିଚିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe