ଏମ୍ସରେ ଦୀର୍ଘ ୨୪ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ପୃଥକ ହେଲେ ଯୋଡ଼ା ଶିଶୁ

Advertisment
ଏମ୍ସରେ ଦୀର୍ଘ ୨୪ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ପୃଥକ ହେଲେ ଯୋଡ଼ା ଶିଶୁ

Zee News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଯୋଡ଼ା ଶିଶୁଙ୍କୁ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌(ଏମ୍‌ସ)ରେ ଅସ୍ତ୍ରୋପଚାର ପରେ ଶନିବାର ସଫଳତାର ସହ ପୃଥକ କରାଯାଇଛି। ଦୀର୍ଘ ୨୪ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହା ସମ୍ଭବ ହୋଇଛି।

‌ଅସ୍ତ୍ରୋପଚାର ପରେ ଏହି ଯୋଡ଼ା ଶିଶୁଙ୍କର ଶରୀର ଅବସ୍ଥାକୁ ବର୍ଣ୍ଣନା କରି ଏମ୍ସର ଜଣେ ବରିଷ୍ଠ ଡାକ୍ତର କୁହନ୍ତି କି ଅନେକ ସମସ୍ୟା ଥିବା ସତ୍ତ୍ବେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରାଯାଇଛି।

ଶୁକ୍ରବାର ସକାଳ ୮.୩୦ରେ ଏହି ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଶନିବାର ସକାଳ ୯ଟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର ଜାରି ରହିଲା। ଏହି ଅସ୍ତ୍ରୋପଚାରରେ ୬୪ ଜଣ ସ୍ବାସ୍ଥ୍ୟକର୍ମୀ, ସର୍ଜନ, ଆନାସ୍ଥେସିଷ୍ଟ‌ ଏବଂ ପ୍ଲାଷ୍ଟିକ୍‌ ସର୍ଜନ ସାମିଲ୍‌ ହୋଇଥିଲେ।

publive-image
Deccan Herald(ଏମ୍‌ସରେ ଚିକିତ୍ସିତ ହୋଇଥିବା ଓଡ଼ିଶାର ଜଗା ବଳିଆ)

ଉଭୟ ଶିଶୁଙ୍କ ହୃତ୍‌ପିଣ୍ଡରେ କଣା ଥିବା କାରଣରୁ ସେମାନଙ୍କୁ ନିଶ୍ଚେତକ(ନିଶା ଔଷଧ) ଦେଇ ଅସ୍ତ୍ରୋପଚାର କରିବା ଖୁବ୍ ବିପଦପୂର୍ଣ୍ଣ ଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଏପରିକି ନିଶ୍ଚେତକ ଦେବା ସମୟରେ ବି ଶିଶୁ ଦ୍ବୟଙ୍କର ଦୃତ୍‌ପିଣ୍ଡ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ବାରମ୍ବାର ଦେଖିବାକୁ ପଡୁଥିଲା, ଯାହାକି ଖୁବ୍‌ ବଡ଼ କଥ‌ା।

ଏହି ଅସ୍ତ୍ରୋପଚାର ବେଳେ ସ୍ପାଇନାଲ୍‌ କର୍ଡକୁ ଯୋଡ଼ିବା, ସ୍ପାଇନ୍‌କୁ ଅଲଗା କରିବା, ରେକ୍ଟମ ଏବଂ ବ୍ଲଡ୍‌ ଭେସେଲ୍‌କୁ ପୁର୍ନଗଠନ ଆଦି କରିବା କାମ କରାଯାଇଥିଲା। କେବଳ ସେତିକି ନୁହେଁ, ୟୁଟରସ୍‌କୁ ବି ପୃଥକ କରାଯାଇ ପୁର୍ନଗଠନ କରିବାରଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଏମ୍ସ ସଫଳତାର ସହ ଓଡ଼ିଆ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe